ଆଇସିସି ଟେଷ୍ଟ ରାଙ୍କିଂରେ ଭାରତ ନଂ-୧, ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଦଳକୁ ମିଳିଲା ବଡ ସଫଳତା

ଭୁବନେଶ୍ୱର, ୧୭/୧(ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ଆଇସିସି ଟେଷ୍ଟ ଟିମର ରାଙ୍କିଂ ଜାରିକରିଛି । ଭାରତ ପୁଣିଥରେ ଟେଷ୍ଟରେ ନିଜର ଦବଦବା ଦେଖାଇଛି । ଭାରତ ଅଷ୍ଟ୍ରେଲିଆକୁ ପଛରେ ପକାଇ ନଂ୧ ହୋଇପାରିଛି । ଉଭୟ ଦଳ ମଧ୍ୟରେ ପଏଣ୍ଟ ରେ ମଧ୍ୟ ଲମ୍ବା ବ୍ୟବଧାନ ଦେଖିବାକୁ ମିଳିଛି । ଭାରତୀୟ ଟିମ ଏହି ଉପଲବ୍ଧି ଘରୋଇ ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ହାସଲ କରିଛି ।ଆଗାମୀ ଦିନରେ ଭାରତ କଙ୍ଗାରୁ ଦଳ ବିରୋଧରେ ୪ଟି ଟେଷ୍ଟ ମ୍ୟାଚ ଖେଳିବ । ଏହି ସିରିଜ ଫେବ୍ରୁଆରୀ ଏବଂ ମାର୍ଚ୍ଚ ମାସରେ ଖେଳାଯିବ ।

ଏହି ରାଙ୍କିଂ ଜାରି ହେବାପୂର୍ବରୁ କଙ୍ଗାରୁ ଦଳ ୧୧୬ ପଏଣ୍ଟ ସହ ଶୀର୍ଷରେ ଥିଲା । ଭାରତ ଖାତାରେ ୧୧୫ ପଏଣ୍ଟ ରହିଥିଲା । ତେବେ ସଦ୍ୟ ପ୍ରକାଶିତ ରାଙ୍କିଂରେ ଦଳକୁ ବ୍ୟାପକ କ୍ଷତିର ସାମ୍ନା କରିଛି । ଏହା ପରେ ଦଳ ୧୧୧ ପଏଣ୍ଟକୁ ଖସିଆସିଛି । ଭାରତୀୟ ଦଳ ୧୧୫ ପଏଣ୍ଟ ସହ ସ୍ଥିର ରହିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନକୁ ଖସିଆସିଛି । ନିକଟରେ ଅଷ୍ଟ୍ରେଲିଆ ଦଳ ୱେଷ୍ଟଇଣ୍ଡିଜକୁ ୨-୦ରେ ପରାସ୍ତ କରିଥିଲା । ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଦଳ ୨-୦ରେ ହରାଇଥିଲା ।

Related Posts