ରୁଷଠୁ ରିହାତି ଦରରେ ଅଶୋଧିତ ତେଲ କିଣିବ ଭାରତ: ଚୂଡାନ୍ତ ହେଲା ଡିଲ୍

ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଋଷ, ଭାରତ କୁ ରିହାତି ଦରରେ ଅଶୋଧିତ ତେଲ ବିକ୍ରି ପାଇଁ ଦେଇଥିବା ପ୍ରସ୍ତାବ କୁ ଗ୍ରୀନ ସିଗ୍ନାଲ ଦେଇଛି ଭାରତ । ଏବେ ଦୁଇ ଦେଶର ତେଲ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇଛି । ଅନ୍ତର୍ଜାତୀୟ ଚାପ ସତ୍ତେ୍ୱ ଭାରତ କିନ୍ତୁ ଏ ଡିଲ ସହ ଆଗକୁ ବଢିଛି । ଏହି ଡିଲ ପରେ ଭାରତର ଅନେକ ତେଲ କମ୍ପାନୀ ଶସ୍ତାରେ ଅଶୋଧିତ ତେଲ କିଣିବେ ବୋଲି ଜଣାପଡିଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିବା ବେଳେ ଦେଶର ଅଗ୍ରଣୀ ତେଲ କମ୍ପାନୀ ଇଣ୍ଡିଆନ୍ ଅଏଲ ଏବଂ ରୁଷର ତେଲ କମ୍ପାନୀ ମଧ୍ୟରେ ଚୂଡାନ୍ତ ହୋଇଛି ଡିଲ୍ । ଚୁକ୍ତି ଅନୁଯାୟୀ ଇଣ୍ଡିଆନ୍ ଅଏଲ ୩ ମିଲିଅନ ବ୍ୟାରେଲ ଅଶୋଧିତ ତେଲ କିଣିବ । ଦୁଇ ଦେଶ ଅଶୋଧିତ ତେଲ କିଣା ବିକାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ଏପରି ଏକ ଡିଲ୍ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଆକାଶ ଛୁଆଁ ହେଉଥିବା ବେଳେ ଭାରତ ପାଇଁ କିନ୍ତୁ ଏହି ଡିଲ୍ ଆଶ୍ୱସ୍ତିକର । ଏବେ ଭାରତ ନିଜ ଆବଶ୍ୟକତାର ୧ ପ୍ରତିଶତ ରୁଷ ପାଖରୁ ତେଲ କିଣୁଛି । କାରଣ ରୁଷ ପାଖରୁ ତେଲ ଆଣିବା ବେଳେ ଅଧିକ ପରିବହନ ମୂଲ୍ୟ ଦେବାକୁ ପଡେ । ତେଣୁ ଏହି ଡିଲ ପରେ ଭାରତର ଅନେକ ତେଲ କମ୍ପାନୀ ଶସ୍ତାରେ ଅଶୋଧିତ ତେଲ କିଣିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ଯ ଯୁଦ୍ଧ ରେ ଋଷ କୁ ଅନେକ ଦେଶ ବିରୋଧ କରି ଆସୁଛନ୍ତି । ଏହାରି ମଧ୍ୟରେ ରୁଷିଆର ତେଲ ଉପରେ ୟୁରୋପୀୟ ଦେଶ ଏବଂ ଆମେରିକା କଟକଣା ଲଗାଇଛନ୍ତି । ଆଉ ଏହି ସମୟରେ ଭାରତକୁ ରିହାତି ଦରରେ ଅଶୋଧିତ ତେଲ କିଣିବାକୁ ରୁଷିଆ ପ୍ରସ୍ତାବ ଦେଇଥିଲା ଯାହାକୁ ଗ୍ରହଣ କରିଛି ଭାରତ । ଅନ୍ତର୍ଜାତୀୟ ଚାପ ସତ୍ତେ୍ୱ ଭାରତ କିନ୍ତୁ ଏ ଡିଲ ସହ ଆଗକୁ ବଢିଛି ।

Related Posts