ଆଜି ବିଶ୍ୱ ପଖାଳ ଦିବସ

ଆଜି ବିଶ୍ୱ ପଖାଳ ଦିବସ । ପ୍ରତି ଓଡିଆ ଙ୍କ ପ୍ରିୟ ଖାଦ୍ୟ ପଖାଳ । ଖାଲି ଓଡିଆ କାହିଁକି ଏବେ ସାରା ବିଶ୍ବ ବାସୀ ପଖାଳ କୁ ନେଇ ବେଶ୍ ଆଗ୍ରହ । ଗୁଣ୍ଡାଏ ପଖାଳ ସାଙ୍ଗକୁ ଢୋକେ ତୋରାଣିଯୋଉ ଶାନ୍ତି । ଖରା ଦିନ ଆସିଲେ ଓଡିଶାର ପ୍ରତିଟି ଘରେ ଖୋଜା ପଡେ ପଖାଳ କଂସା । ସେ ଚଷା ପୁଅ ହେଉ କି ବଡବଡିଆ ସମସ୍ତଙ୍କ ପ୍ରିୟ ଖାଦ୍ୟ ପଖାଳ ।

ଓଡ଼ିଆ ଲୋକମାନେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ବ ହେଉଛି ପଖାଳ । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ବ ରଖେ କାରଣ ଏହା ହେଉଛି ‘ବିଶ୍ବ ପଖାଳ ଦିବସ’ । ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20କୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବରେ ପାଳନ କରାଯାଏ ।ସାଧାରଣତଃ ବିଭିନ୍ନ ରକମର ପଖାଳ ରହିଛି । ହେଲେ ବାସି ପଖାଳର ସ୍ବାଦ ସଜ ପଖାଳ ଅପେକ୍ଷା ଟିକିଏ ନିଆରା । ପଖାଳ ସାଙ୍ଗକୁ ବଡି ଚୁରା, ଆଳୁ ଭର୍ତ୍ତା, ଶାଗ ଭଜା, ଆଉ ଟିକେ ମାଛ ଭଜା ସହିତ ଭଳିକି ବ୍ୟଞ୍ଜନ ମିଶିଲେ ପଖାଳ ଖାଇବା ମଜା ଆଉ ଟିକେ ବଢିଯାଏ । ଚାଳ ଘରଠୁ ନେଇ ବଡ ହୋଟେଲ ମାନଙ୍କରେ ମଧ୍ୟ ପଖାଳ ପରସା ଗଲାଣି । ପଖାଳ ପ୍ରତି ଲୋକଙ୍କ ବଢୁଥିବା ରୁଚିକୁ ଦେଖି ହୋଟେଲ ମାନଙ୍କରେ ସ୍ବତନ୍ତ୍ର ପ୍ରସ୍ତୁତି ଆଦି ଦେଖିବାକୁ ମିଳେ । ବଡବଡ ହୋଟେଲରେ ପଖାଳ ସହ ନାନା ପ୍ରକାରର ବ୍ୟଞ୍ଜନ ସାଙ୍ଗକୁ ବିଭିନ୍ନ ରକମର ପଖାଳ ମିଳିଥାଏ । ସଜ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ, ଚାଇଁ ପଖାଳ ଇତ୍ୟାଦି ମିଳିଥାଏ । ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ କରାଯାଉଥିବା ଛପନ ଭୋଗମ ମଧ୍ୟରେ ବି ପଖାଳ ସାମିଲ ଅଛି। ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ।

Related Posts