ବାପା ମା ଜୀବିତ ଥିବା ଯାଏଁ ତାଙ୍କ ସମ୍ପତ୍ତି ଉପରେ କୌଣସି ସନ୍ତାନଙ୍କର ଅଧିକାର ରହିବ ନାହିଁ: ବମ୍ବେ ହାଇକୋର୍ଟ

ବାପା-ମା’ ଜୀବିତ ଅଛନ୍ତି ସେତେବେଳେ ଯାଏଁ ତାଙ୍କ ସମ୍ପତ୍ତି ଉପରେ କୌଣସି ସନ୍ତାନଙ୍କର ଅଧିକାର ରହିବ ନାହିଁ ବୋଲି ଏପରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ ।

ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଟ ଜଣେ ମା’ଙ୍କ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି । ଯିଏ ନିଜ ସ୍ୱାମୀଙ୍କର ସମ୍ପତ୍ତି ବିକ୍ରି କରିବାକୁ ଚାହୁଁଥିଲେ । ଆବେଦନକାରୀ ସୋନିଆ ଖାନ୍ ସ୍ୱାମୀଙ୍କ ସମସ୍ତ ସମ୍ପତ୍ତିର ଆଇନଗତ ମାଲିକ ହେବାକୁ ଚାହୁଁଥିଲେ । କାରଣ ତାଙ୍କର ସ୍ୱାମୀ ଦୀର୍ଘ ଦିନ ହେବ ଗୁରୁତର ରୋଗରେ ପୀଡିତ ରହିଛନ୍ତି । କିନ୍ତୁ ସୋନିଆଙ୍କ ପୁଅ ଆସିଫ୍ ଖାନ୍ ନିଜ ମା’ଙ୍କର ଏଭଳି ଆବେଦନକୁ ବିରୋଧ କରି ଆସୁଥିଲେ । ତାଙ୍କ ବାପାଙ୍କ ଫ୍ଲାଟକୁ ବିକାଯାଉ ତାହା ଚାହୁଁନଥିଲେ ଆସିଫ । ଯାହାକୁ ବିରୋଧ କରି ଆଉ ଏକ ଆବେଦନ ଦାଖଲ କରିଥିଲେ ପୁଅ ଆସିଫ୍ । କିନ୍ତୁ ଶୁଣାଣି ବେଳେ ବମ୍ବେ ହାଇକୋର୍ଟ ମା’ଙ୍କ ସମର୍ଥନରେ ବାହାରି ପୁଅ ଆସିଫଙ୍କୁ ବଡ ଝଟକା ଦେଇଥିଲେ ।

Related Posts