ଭାରତକୁ ଖୁବ୍ ଶିଘ୍ର ମିଳିବ ଆଉ ଏକ କୋଭିଡ୍ ଟିକା : ସ୍ପୁଟନିକ୍ ଲାଇଟ୍ ର ଟ୍ରାଏଲକୁ ଡିସିଜିଆଇର ମଂଜୁରୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତକୁ ଖୁବଶୀଘ୍ର ମିଳିବାକୁ ଯାଉଛି ଆଉ ଏକ କୋଭିଡ୍ -19  ଟୀକା। କୋଭିଡ୍‌-୧୯ ନିରୋଧୀ ସିଙ୍ଗିଲ୍ ଡୋଜ୍ ଟିକା ‘ସ୍ପୁଟ୍‌ନିକ୍‌ ଲାଇଟ୍‌’ କୁ ‘ଡ୍ରଗ୍ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ (ଡିସିଜିଆଇ) ପକ୍ଷରୁ ଅନୁମୋଦନ ଦିଆଯାଇଛି। ‘ଡିସିଜିଆଇ’ର ‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି’ (ଏସ୍‌ଇସି) ଏହାକୁ ସୁପାରିସ କରିଛି।  ସୂଚନାଯୋଗ୍ୟ ଯେ , ଏହା ପୂର୍ବରୁ ମଧ୍ୟ ଜୁଲାଇରେ ଋଷର ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ ସ୍ପୁଟନିକ୍ –ଭି ର ଜରୁରୀକାଳୀନ ବ୍ୟବହାର ପାଇଁ ଏସଇସି ସୁପାରିଶ କରିଥିଲା । ହେଲେ ଭାରତରେ ଏହାର ପରୀକ୍ଷଣ ହୋଇନପାରିବାରୁ ସିଡିଏସସିଓ ଏହାକୁ ଖାରଜ କରିଦେଇଥିଲେ ।

ଗତ କିଛିଦିନ ତଳେ ‘ଦି ଲାନ୍‌ସେଟ୍‌’ରେ ରିପୋର୍ଟ ଅନୁଯାୟୀ , ମହାମାରୀ କୋଭିଡ୍‌-୧୯ ବିରୋଧରେ ‘ସ୍ପୁଟ୍‌ନିକ୍‌-ଲାଇଟ୍‌’ ୭୮.୬% ରୁ ୮୩.୭% ଫଳପ୍ରଦ ହେଉଛି। ଆଉ ଯାହାକି ଅଧିକାଂଶ ଦୁଇ ଡୋଜ୍‌ବିଶିଷ୍ଟ ଟିକା ଠାରୁ ଅଧିକ ଫଳପ୍ରଦ ବୋଲି କୁହାଯାଉଛି । 

ଆର୍ଜେଣ୍ଟିନାରେ ୪୦ ହଜାର ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ଟ୍ରାଏଲ୍ କରାଯାଇଥିଲା। ନିର୍ଦ୍ଧାରିତ ଜନତାଙ୍କୁ ଟାର୍ଗେଟ୍‌ କରାଯାଇ ଦିଆଯାଇ ଥିବା ‘ସ୍ପୁଟ୍‌ନିକ୍‌-ଲାଇଟ୍‌’ ମଧ୍ୟ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ସମ୍ଭାବନାକୁ ୮୨.୧% ରୁ ୮୭.୬% ପର୍ଯ୍ୟନ୍ତ ହ୍ରାସ କରିଛି ବୋଲି ଏହି ଟ୍ରାଏଲରୁ ଜଣାପଡ଼ିଛି।

Related Posts