ଚିଟଫଣ୍ଡ ଠକେଇ ମାମଲା : ପୂର୍ବତନ ବିଧାୟକ ଏମ.ଭି ପ୍ରସାଦଙ୍କ ଜାମିନ ଆବେଦନ ଖାରଜ, ୩ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ୱେଲଫେୟାର ବିଲ୍ଡିଂ ଆଣ୍ଡ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ ଠକେଇ ମାମଲା । ବିଶାଖାପାଟଣା ଓ୍ୱେଷ୍ଟ ଜୋନର ପୂର୍ବତନ ବିଧାୟକ ମାଲା ବିଜୟ ପ୍ରସାଦ (ଏମ୍‌.ଭି.ପ୍ରସାଦ)ଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ଏମ୍‌.ଭି.ପ୍ରସାଦଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ଏଥିସହିତ କ୍ରାଇମ୍‌ବ୍ରାଞ୍ଚ୍‌କୁ ଏହି ମାମଲାରେ ୩ ଦିନିଆ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି । ଆଜିଠୁ ୩ ଦିନିଆ ପାଇଁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚର ଇଓଡବ୍ଳ୍ୟୁ । ଏହି ସମୟରେ ଠକେଇର ପରିମାଣ, କେତେ ଲୋକଙ୍କୁ ଠକିଛି, ଟଙ୍କା କେଉଁଠି ବିନିଯୋଗ କରିଛି ଓ ଗ୍ଲାମର ଲିଙ୍କ ନେଇ ଛାନଭିନ କରିବ ଇଓଡବ୍ଳ୍ୟୁ । ଏମ ଭି ପ୍ରସାଦଙ୍କ ସହଯୋଗୀଙ୍କ ସମ୍ପୃକ୍ତି ଏବଂ ପାରିବାରିକ ଲିଙ୍କ ନେଇ ମଧ୍ୟ ହେବ ଖୋଳତାଡ଼ । ୧୮ ତାରିଖ ଦିନ ତାଙ୍କୁ କୋର୍ଟରେ ହାଜର କରିବାକୁ ଓପିଆଇଡି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଓପିଆଇଡଇ କୋର୍ଟ କ୍ରାଇମ୍‌ବ୍ରାଞ୍ଚ୍‌କୁ କେଶ୍ ଡାଏରୀ ଦାଖଲ କରିବାକୁ ଆଦେଶ ଦେଇଥିଲେ । 

ତେବେ ଏଠାରେ ସୂଚନା ଥାଉକି ୨୦୧୯ ମସିହା ଚିଟ୍‌ଫଣ୍ଡ ମାମଲାରେ ଏମ୍‌.ଭି ପ୍ରସାଦଙ୍କୁ କ୍ରାଇମ୍‌ବ୍ରାଞ୍ଚ୍ ଗିରଫ କରିଛି ।ସେ ୱେଲ୍‌ଫେୟାର୍ ଗ୍ରୁପ୍ ଅଫ୍ କମ୍ପାନୀର ଅତ୍ୟତମ ଶାଖା ୱେଲ୍‌ଫେୟାର୍ ଡେଭେଲପ୍‌ମେଣ୍ଟ୍ ଏଣ୍ଡ୍ ବିଲଡିଂ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିଲେ । ଆନ୍ଧ୍ରପ୍ରଦେଶର ଏହି ସଂସ୍ଥା ଓଡିଶା, ଛତିଶଗଡ, ତେଲେଙ୍ଗାନା ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଶଖା କାର୍ଯ୍ୟାଳୟ ଖୋଲି ସାଧାରଣ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଥିଲା। ୨୦୦୫-୦୬ରେ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ୱେଲଫେୟାର ବିଲିଡିଂ ଆଣ୍ଡ ଇଷ୍ଟେଟସ ନାଁରେ ସଂସ୍ଥାର ମୁଖ୍ୟାଳୟ ଖୋଲା ହୋଇଥିଲା । ଏହି ସମୟରେ ସଂସ୍ଥା ଅନେକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି ।

Related Posts