ଡିଜିଟାଲ୍ ପ୍ଲାଟପର୍ମରେ ଧୁମ୍ ମଚାଇଲା ଭାରତ ଏବଂ ପାକିସ୍ତାନ ମ୍ୟାଚ୍: ଦେଖିଲେ ୧୩ ମିଲିୟନରୁ ଅଧିକ ଲୋକ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳିଯାଇଛି ମ୍ୟାଚ୍ । ଦ୍ଵିତୀୟ ଦିନରେ ଦୁଇ ପ୍ରତିଦ୍ବନ୍ଦୀ ମୂହା ମୁହି ହୋଇଥିଲେ । ଭାରତ ପାକିସ୍ତାନ କୁ ମାତ ଦେଇ ବିଜୟ ହାସଲ କରିଛି । ସେପଟେ ଖେଳାଯାଇଥିବା ଏହି ମୁକାବିଲା ଡିଜିଟାଲ୍ ପ୍ଲାଟପର୍ମରେ ଭ୍ୟୁଅରସିପରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି।

ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାକୁ ଡିଜିଟାଲ୍ ପ୍ଲାଟଫର୍ମରେ କୋଟି କୋଟି ଦେଖିଛନ୍ତି। ଭାରତରେ ଏହି ରୋମାଞ୍ଚକର ମୁକାବିଲାକୁ ଡିଜନୀ + ହଟଷ୍ଟାରରେ ୧୩ ମିଲିୟନ ଲୋକ ଦେଖିଥିବା ବେଳେ ପାକିସ୍ତାନରେ ଦରାଜ କ୍ରିକେଟ୍ ଆପ୍‌ରେ ମ୍ୟାଚ୍‌ର ମଜା ଉଠାଇଛନ୍ତି ପାକ୍ କ୍ରିକେଟ୍ ପ୍ରେମୀ। ଇନସାଇଡ୍‌ସ୍ପୋର୍ଟର ରିପୋର୍ଟ ଅନୁଯାୟୀ, ଭାରତ ବନାମ ପାକିସ୍ତାନର ଏହି ମୁକାବିଲାକୁ ଡିଜନୀ + ହଟଷ୍ଟାରରେ ସବୁଠୁ ଅଧିକ ରେକର୍ଡ ସଂଖ୍ୟକ ଲୋକ ଦେଖିଛନ୍ତି। ଏହି ମ୍ୟାଚ୍ ଡିଜନୀ + ହଟଷ୍ଟାରରେ ଦର୍ଶକଙ୍କ ସଂଖ୍ୟାରେ ଦ୍ଵିତୀୟ ସବୁଠୁ ବଡ ରେକର୍ଡ ଭାଙ୍ଗିଛି।

ରିପୋର୍ଟ ଅନୁସାରେ ଏହା ପୂର୍ବରୁ ଆଇପିଏଲ ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ମୁକାବିଲା ସମୟରେ ଓଟିଟି ପ୍ଲାଟଫର୍ମରେ ୧୨ ମିଲିୟନ ରେକର୍ଡ ଭ୍ୟୁଅରସିପ ହାସଲ ହୋଇଥିଲା। ତେବେ ଉକ୍ତ ସିଜିନର ଫାଇନାଲ୍ ମ୍ୟାଚ୍‌କୁ ଡିଜିଟାଲରେ ୧୮ ମିଲିୟନ ଲୋକ ଉପଭୋଗ କରିଥିଲେ। ଏହା ଏବେ ବି ରେକର୍ଡ ହୋଇ ରହିଛି। ଏସିଆ କପ୍ ୨୦୨୨ରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ଲାଇଭ ଷ୍ଟ୍ରିମିଂ ପ୍ଲାଟଫର୍ମରେ ୧୦ ମିଲିୟନରୁ ଅଧିକ ସକ୍ରିୟ ଦର୍ଶକ ଥିଲେ। ପାକିସ୍ତାନରେ ମଧ୍ୟ ଦରାଜ କ୍ରିକେଟ୍ ଆପ୍‌ରେ ୧୩ ମିଲିୟନରୁ ଅଧିକ ଦର୍ଶକ ଏହି ମ୍ୟାଚ୍ ଉପଭୋଗ କରିଛନ୍ତି ।

Related Posts