ୱେଷ୍ଟଇଣ୍ଡିଜ ବିପକ୍ଷରେ ଜିତିଲା ଭାରତ

ସତ୍ୟପାଠ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ରବିବାର ବର୍ଷା ବାଧିତ ମ୍ୟାଚକୁ ୫୯ ରନରେ ଜିତିଛି । ତ୍ରିନିଦାଦର ପୋର୍ଟ ଅଫ ସ୍ପେନସ୍ଥିତ କୁଇନ୍ସ ପାର୍କ ଓଭାଲ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ୨୮୦ ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ବର୍ଷା ଯୋଗୁଁ ଦ୍ୱିତୀୟ ଇନିଂସକୁ ୪୬ ଓଭର କରି ଦିଆଯାଇଥିଲା ଏବଂ ୱେଷ୍ଟଇଣ୍ଡିଜକୁ ୨୭୦ ରନ ଟାର୍ଗେଟ ଦିଆଯାଇଥିଲା । ଘରୋଇ ଟିମ ୪୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୨୧୦ ରନ କରିଥିଲା । ଭାରତର ଏହି ବିଜୟ ସହିତ ୩ ମ୍ୟାଚ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଅଛି । ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

ଭାରତ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । କୋହଲିଙ୍କ ଶତକ (୧୨୦ ରନ) ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ (୭୧ ରନ) ବଳରେ ଟିମ ୨୭୯ ରନ କରିଥିଲା । କେଦାର ଯାଦବ ଓ ରବୀନ୍ଦ୍ର ଜାଦେଜା ୧୬-୧୬ ରନ ଯୋଡ଼ିଥିବା ବେଳେ ଓପନର ରୋହିତ ଶର୍ମା ୧୮ ରନ କରିଥିଲେ । ଯୁବ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଟିମ ପାଇଁ ୨୦ ରନ ଯୋଡ଼ିଥିଲେ ।

Related Posts