ଆତଙ୍କବାଦୀ ଆକ୍ରମଣ ଆଶଙ୍କା; ସାରା ଦେଶରେ ହାଇ ଆଲର୍ଟ

ସତ୍ୟପାଠ ବ୍ୟୁରୋ : ଦେଶ ଭିତରେ ପଶିଛନ୍ତି ୭ ଆତଙ୍କୀ । ଇଦ ଅବସରରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା। ISI ୭ ଜଣ ଜୈସ-ଏ-ମହମ୍ମଦ ଆତଙ୍କୀଙ୍କୁ ପଠାଇଥିବା ଗୁଇନ୍ଦା ସୂଚନା ମିଳିଛି । ଏହି ଆତଙ୍କବାଦୀମାନେ ବିଶେଷ କରି ମସଜିଦ୍ ରେ ଆକ୍ରମଣ କରିବାର ଯୋଜନା କରିପାରନ୍ତି। ଯାହା ଫଳରେ ଭାରତ ସରକାରଙ୍କ ଉପରେ ଦୋଷ ଲଦି ପାରିବ ପାକିସ୍ତାନ । ସାତ ଜଣିଆ ଆତଙ୍କୀ ଦଳ ବାନିହାଲ କିମ୍ବା ପିର ପନଜଲ ପାହାଡ଼ି ଇଲାକା ଦେଇ ଅନୁପ୍ରବେଶ କରି ଥାଇ ପାରନ୍ତି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ରଜୈରି କିମ୍ବା ପୁଞ୍ଚ ଜିଲ୍ଲାରେ ଏହି ଆତଙ୍କୀ ଅନୁପ୍ରବେଶ କରିଥିବା ଅନୁମାନ କରା ଯାଉଛି । ତେବେ ଭାରତରେ ଅନୁପ୍ରବେଶ କରି ଆକ୍ରମଣ କରିବା ପାଇଁ ସମସ୍ତ ପ୍ଲାନ ପ୍ରସ୍ତୁତ କରିଛି ମାସୁଦ ଆଝାରର ଭାଇ ଅବଦୁଲ ରଫ୍ । ଯେ କି ୧୯୯୯ରେ IC-814 ବିମାନ ଅପହରଣ କରିଥିଲା । ରାୱଲପିଣ୍ଡିରେ ସେ ISI ଅଧିକାରୀଙ୍କ ସହ ମିଶି ସମସ୍ତ ଯୋଜନା ପ୍ରସ୍ତୁତ କରିବା ପରେ ବାହାଲପୁର ଫେରି ଯାଇଥିବା ଜଣାପଡ଼ିଛି । ଏବେ କାଶ୍ମୀରରେ କେନ୍ଦ୍ର ସରକାରଙ୍କ ଫୋକସ ଥିବାରୁ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଆକ୍ରମଣ ଉଦ୍ୟମ କରାଯାଉଥାଇ ପାରେ ବୋଲି ସୁରକ୍ଷା ବିଶେଷଜ୍ଞ ମତ ରଖିଛନ୍ତି ।

Related Posts