
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ଵର ଧନୀ ତାଲିକାରେ ଉପରକୁ ଉଠିଛନ୍ତି ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ। ସେ ବର୍ତ୍ତମାନ ବିଶ୍ଵରର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଛନ୍ତି। ଫୋର୍ବସ ରିଅଲ ଟାଇମ ବିଲିୟନେୟାର ଇଣ୍ଡେକ୍ସରେ ଆଦାନୀ ବର୍ନାର୍ଡ ଆର୍ନାଲ୍ଟଙ୍କୁ ଅତିକ୍ରମ କରି ଏହି ପଦବୀ ହାସଲ କରିଛନ୍ତି। ତେବେ ସେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ତୃତୀୟ ସ୍ଥାନରେ ଅଛନ୍ତି। ଫୋର୍ବସ ରିଅଲ ଟାଇମ ବିଲିୟନେୟାର ତାଲିକା ଅନୁଯାୟୀ, ଆଦାନୀଙ୍କ ନିଟ ମୂଲ୍ୟ ୧୬ ସେପ୍ଟେମ୍ବର ୨୦୨୨ ସୁଦ୍ଧା ୧୫୫.୭ ବିଲିୟନ ଡଲାରରେ ପହଞ୍ଚିଛି।ସେହିପରି ଏକ ନମ୍ବର ସ୍ଥାନରେ ଥିବା ଏଲୋନ ମସ୍କଙ୍କ ନିଟ୍ ମୂଲ୍ୟ ୨୭୩.୫ ବିଲିୟନ ଡଲାର ରହିଛି।