ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିନିକିଆ କ୍ରିକେଟ ବିଶ୍ୱକପ୍ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଦଳ । ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି | ଭାରତୀୟ ଦଳରେ ରୋହିତ ଶର୍ମାଙ୍କୁ ଅଧିନାୟକ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ପଦ ମିଳିଛି।

ସେହିପରି ବିଶ୍ୱକପ୍‌ ଦଳରେ ସାମିଲ ହୋଇଛନ୍ତି ବିରାଟ କୋହଲି, ଶୁବମନ ଗିଲ୍‌, ଇଶାନ କିଶନ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର,କେ. ଏଲ୍‌ ରାହୁଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ସୂର୍ଯ୍ୟକୁମାର ଯାଦବ।