ଭୋକରେ ଖାଦ୍ୟ ଆଣିବାକୁ ବାହାରକୁ ବାହାରିଥିବା ବେଳେ ବୋମା ମାଡ଼ରେ ମୃତ୍ୟୁ ବରଣ କରିଥିଲେ ଭାରତୀୟ ଛାତ୍ର ନବୀନ

ରୁଷର ଲଗାତାର ଆକ୍ରମଣ ରେ ବେହାଲ ହୋଇପଡିଛି ୟୁକ୍ରେନ । ଋଷ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ସେପଟେ ୟୁକ୍ରେନ ରେ ଫଶିରହିଥିବା ଭାରତୀୟଂକୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଥିବା ବେଳେ, ରୁଷିଆର ଆକ୍ରମଣରେ ୟୁକ୍ରେନ୍‌ର ଖାରକିଭ୍‌ରେ ଭାରତୀୟ ଛାତ୍ର ନବୀନଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି । ନବୀନ ଥିଲେ କର୍ଣ୍ଣାଟକର ନିବାସୀ । ସେ ଖାରକିଭରେ ମେଡିକାଲ ପଢୁଥିଲେ । ନବୀନଙ୍କ ବନ୍ଧୁ କହିଛନ୍ତି, ସେ ସକାଳୁ ଭୋଜନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ବଙ୍କର ଭିତରୁ ବାହାରିଥିଲେ । ସେହି ସମୟରେ ଆକ୍ରମଣରେ ନୀବନଙ୍କ ମୃତ୍ୟୁ ହୋଇଥିଲା ।

ନବୀନଙ୍କ ବନ୍ଧୁ ଶ୍ରୀକାନ୍ତ ମଧ୍ୟ ଖାରକିଭରେ ଅଟକିଛନ୍ତି । ଶ୍ରୀକାନ୍ତ ଜାତୀୟ ଗଣମାଧ୍ୟମକୁ କଥାବାର୍ତ୍ତା ସମୟରେ କହିଛନ୍ତି ଯେ, ସେ ଓ ନବୀନ ସହପାଠି ଥିଲେ । ନନୀନ ମଙ୍ଗଳବାର ସକାଳୁ କିଛି ଜରୁରୀ ସାମଗ୍ରୀ ଆଣିବାକୁ ଯାଇଥିଲେ । ସେଥି ପାଇଁ ସେ ବଙ୍କର ଭିତରୁ ବାହାରି ଥିଲେ । ସନ୍ଧ୍ୟା ୩ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଥିଲା । ନବୀନ ସକାଳ ୬ଟା ପରେ ଜିନିଷପତ୍ର ଆଣିବାକୁ ବାହାରି ଯାଇଥିଲେ । ଶ୍ରୀକାନ୍ତଙ୍କ କହିବା ଅନୁସାରେ ନବୀନ ବାହାରକୁ ଯିବା ସମୟରେ କିଛି କହି ନଥିଲେ ।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀକାନ୍ତ କହିଛନ୍ତି, ସେମାନେ ଯେଉଁ ବଙ୍କରରେ ରହୁଛନ୍ତି, ସେଠାରୁ ମାତ୍ର ୫୦ ମିଟର ଦୂରରେ ଷ୍ଟୋର ରହିଛି । କିନ୍ତୁ ସେ ଜିନିଷପତ୍ର ନେବାକୁ ଯାଇ ଆଉ ଫେରି ନଥିଲେ । ଏହା ପରେ ସେ ନବୀନଙ୍କୁ ଅନେକ ଥର ଫୋନ କରିଥିଲେ । କିନ୍ତୁ ଫୋନର ଜବାବ ମିଳୁ ନଥିଲା । ଏହା ପରେ ସେ ନିଜ ପରିଚିତ କିଛି ଲୋକଙ୍କୁ ଫୋନ କରିଥିଲେ । ଏହା ପରେ ନବୀନଙ୍କ ଫୋନକୁ କେହି ଜଣେ ରୁଷୀୟ ନାଗରିକ ଉଠାଇଥିଲେ । ସେ ଜାଣିବାକୁ ପାଇଲେ ଯେ, ଆକ୍ରମଣରେ ନବୀନଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ଖାରକିଭରେ ଲଗାତାର ଗୁଳିମାଡ଼ ହେଉଛି ।

ଅପରପକ୍ଷେ ନବୀନ ଙ୍କ ମୃତ୍ୟ ପରେ ତାଙ୍କ ପରିବାର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେବା ସହ ସମବେଦନା ଜଣାଇଛନ୍ତି ।

Related Posts