
ପ୍ରିନ୍ସିପାଲ୍ ଙ୍କ ହାତରେ କଇଚି । ପିଲାମାନେ କଥା ନ ମାନିବା ନେଇ 84 ଜଣ ଛାତ୍ରଙ୍କ ଚୁଟି କାଟିଲେ ନିଜେ ପ୍ରିନ୍ସିପାଲ୍ । ଯାହାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ହାପୁଡ ଜିଲ୍ଲାରେ ଥିବା ଏକ ସ୍କୁଲରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଏଠାକାର ପ୍ରିନ୍ସପାଲ ୮୪ ଜଣ ଛାତ୍ରଙ୍କ କେଶ କାଟିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନଚାର୍ଯ୍ୟ ଲମ୍ବା କେଶ ଥିବା ଛାତ୍ରମାନଙ୍କୁ ଅନେକ ଥର କେଶ କାଟିକି ଆସିବା ପାଇଁ କହିଥିଲେ। କିନ୍ତୁ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ କଥା ଶୁଣି ନଥିଲେ। ଶେଷରେ ବାଧ୍ୟ ହୋଇ ପ୍ରିନ୍ସିପାଲ୍ ପିଲା ମାନଙ୍କ ଲମ୍ବା କେଶ କାଟିଛନ୍ତି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ହାପୁଡର ପିଲଖୁୱାସ୍ଥିତ ମାରୱାଡ ଇଣ୍ଟର କଲେଜର ପ୍ରଧାନାଚାର୍ଯ୍ୟ ରାଜେଶ କୁମାର ଯାଦବ ବିଦ୍ୟାଳୟରେ ଲମ୍ବା କେଶ ରଖିଥିବା ଛାତ୍ରଙ୍କୁ ଅନେକ ଥର ଚେତାବନୀ ଦେଇଥିଲେ । ପିଲାମାନେ କେଶ କାଟି ପାଠ ପଢ଼ିବାକୁ ଆସିବାକୁ ସେ ପରାମର୍ଶ ଦେଇଥିଲେ । କିନ୍ତୁ ପ୍ରଧାନାଚାର୍ଯ୍ୟାଙ୍କ କଥା ପିଲାମାନେ ଶୁଣୁ ନଥିଲେ । ପ୍ରଧାନାଚାର୍ଯ୍ୟ ସୋମବାର ପ୍ରାର୍ଥନା ପରେ ୮୪ ଜଣ ଛାତ୍ରଙ୍କର କେଶ କଇଁଚିରେ କାଟିବା ଆରମ୍ଭ କରିଥିଲେ । ସେ କହିଛନ୍ତି ଅନୁଶାସନ ଦୃଷ୍ଟିକୋଣରୁ ଏହି କାମ କରାଯାଇଛି । ତେବେ ଏହି କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି । କେହି କେହି ଏହା ଭଲ କାମ ବୋଲି କହୁଥିବା ବେଳେ ଅନେକ ନିନ୍ଦା କରୁଛନ୍ତି ।