ଭାରତର ୫ଜି ସମ୍ପୂର୍ଣ୍ଣ ସ୍ବଦେଶୀ, କୌଣସି ଅନ୍ୟ ଦେଶ ଚାହିଁଲେ ଏହା ଯୋଗାଇ ଦିଆଯିବ: ନିର୍ମଳା ସୀତାରମଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତ ନିଜର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘୫ଜି’ ଭିତ୍ତିଭୂମି ଶୁଭାରମ୍ଭ କରିଛି କୌଣସି ଅନ୍ୟ ଦେଶ ଆବଶ୍ୟକ କଲେ ଏହା ଯୋଗାଇ ଦିଆଯିବ ବୋଲି ଗୁରୁବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।’ଜନ୍‌ସ୍‌ ହପ୍‌କିନ୍‌ସ୍‌ ସ୍କୁଲ୍‌ ଅଫ୍‌ ଆଡ୍‌ଭାନ୍‌ସ୍‌ଡ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଷ୍ଟଡିଜ୍‌’ (ଏସ୍‌ଏଆଇଏସ୍‌)ର ଶିକ୍ଷାର୍ଥୀମାନଙ୍କ ସହିତ ଭାବବିନିମୟ କରିବା ବେଳେ ସୀତାରମଣ କହିଛନ୍ତି, ଭାରତର ‘୫ଜି’ କଥା ଏପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ କୁହାଯାଇ ନାହିଁ।ଆମ ଦେଶରେ ଆରମ୍ଭ ହୋଇଥିବା ‘୫ଜି’ ସେବା ସମ୍ପୂର୍ଣ୍ଣ ପୃଥକ୍‌।

‘୫ଜି’ ଟେକ୍ନୋଲୋଜିର କେତେକ ଯନ୍ତ୍ରାଂଶ କେବଳ ଦକ୍ଷିଣ କୋରିଆ ଛଡ଼ା ଅନ୍ୟ କୌଣସି ଦେଶରୁ ଅଣାଯାଇ ନାହିଁ। ସ୍ବଦେଶୀ ହୋଇଥିବାରୁ ‘୫ଜି’ ଟେକ୍ନୋଲୋଜି ଆବଶ୍ୟକ କରୁଥିବା ଅନ୍ୟ ଯେକୌଣସି ଦେଶ ସହିତ ଭାରତ ଏହାକୁ ସେୟାର୍‌ କରିପାରିବ।

ସେ କହିଛନ୍ତି ଯେ, ଆମ ‘୫ଜି’ ଟେକ୍ନୋଲୋଜି ଅନ୍ୟ କେଉଁଠୁ ଆମଦାନି କରାଯାଇନାହିଁ। ଏହା ଆମ ନିଜସ୍ବ ଉତ୍ପାଦ। ଅଳ୍ପ ଦିନ ତଳେ ବଛା ବଛା ଭାରତୀୟ ନଗରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ‘୫ଜି’ ସେବାର ଶୁଭାରମ୍ଭ କରିଛନ୍ତି। ମୋର ମନେହୁଏ, ‘୫ଜି’ ଉପରେ ଭାରତର କୃତିତ୍ବ ପାଇଁ ଆମେ ଖୁବ୍‌ ଗୌରବାନ୍ବିତ ବୋଲି ମନେକରିପାରିବା ବୋଲି ସେ କହିଛନ୍ତି।

ଅନ୍ୟପଟେ ଦେଶର ଆର୍ଥିକ ପରିସ୍ଥିତି ବିଷୟରେ କହିବାକୁ ଯାଇ ସେ କହିଛନ୍ତି, ଗତ ୨ ବର୍ଷରେ ଯାହା ଘଟିଲା ସେଥିପ୍ରତି ଜନତାଙ୍କ ଆତ୍ମବିଶ୍ବାସ ବୋଧହୁଏ ଆମର ଅର୍ଥନୀତିକୁ ସୁସ୍ଥ ରଖିଛି। ସେହି କାରଣରୁ ମୋର ମନେହେଉଛି ଆମ ଅର୍ଥନୀତିର ସୁଧାରଧାରା ସକାରାତ୍ମକ ଦିଗରେ ଅଗ୍ରସର ହେଉଛି।

Related Posts