ଉଦୟପୁର: ଗୁରୁବାର ସାରା ଦେଶରେ ହିନ୍ଦୁ ମହିଳାମାନେ କରୱା ଚୌଥ୍’ ପାଳନ କରିଛନ୍ତି। ଏହା ମଧ୍ୟରେ ରାଜସ୍ଥାନ ଉଦୟପୁରର ଭାରତୀୟ ଜନତା ପାର୍ଟି(ବିଜେପି)ର ସାଂସଦ ଅଜୁର୍ନଲାଲ୍ ମିଣା ଚର୍ଚ୍ଚା ରହିଛନ୍ତି। କାରଣ ଏହି ସାଂସଦଙ୍କ ପାଇଁ ତାଙ୍କର ୨ ଜଣ ଯାକ ପତ୍ନୀ ବ୍ରତ ରଖିଛନ୍ତି।
୫୮ ବର୍ଷୀୟ ଏହି ସାଂସଦ ତାଙ୍କର ୨ ପତ୍ନୀଙ୍କ ସହ ‘କରୱା ଚୌଥ୍’ ବ୍ରତ ପାଳନ କରୁଥିବାର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
ସାଂସଦ ଅଜୁର୍ନଲାଲ୍ ମିଣା ୨ ଜଣ ମହିଳା ମୀନାକ୍ଷୀ ଓ ରାଜକୁମାରୀଙ୍କୁ ବିବାହ କରିଛନ୍ତି। ସୋନାକ୍ଷୀ ଓ ରାଜକୁମାରୀ ହେଉଛନ୍ତି ୨ ଭଉଣୀ। ରାଜକୁମାରୀ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ସୋନାକ୍ଷୀ ହେଉଛନ୍ତି ଏକ ଗ୍ୟାସ୍ ଏଜେନ୍ସିର ମାଲିକାଣୀ।
ଅଜୁର୍ନଲାଲ୍ ରାଜସ୍ଥାନର ସେହି ୨୫ ଜଣ ଭାଜପା ସାଂସଦଙ୍କ ମଧ୍ୟରେ ସାମିଲ୍, ଯାହାଙ୍କୁ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଉଦୟପୁର ସଂସଦୀୟ କ୍ଷେତ୍ରର ଜନତା ସଂସଦକୁ ନିର୍ବାଚିତ କରିଥିଲେ। ଏହା ପୂର୍ବରୁ ୨୦୧୪ ମସିହାରେ ସାଧାରଣ ନିର୍ବାଚନରେ ବି ସେ ନିର୍ବାଚିତ ହୋଇଥିଲେ।
ଆପଣ ଜାଣନ୍ତି ଯେ ଗତକାଲି( ଅକ୍ଟୋବର ୧୩ ତାରିଖରେ) ‘କରୱା ଚୌଥ୍’ ବ୍ରତ ଥିଲା। ହିନ୍ଦୁ ଧର୍ମରେ ‘କରୱା ଚୌଥ୍’କୁ ବେଶ୍ ଗୁରୁତ୍ବ ମିଳିଥାଏ। ଏହି ବ୍ରତ ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣପକ୍ଷର ଚତୁର୍ଥୀ ତିଥିରେ ରଖାଯାଏ। ଏହି ଦିନରେ ସଧବା ନାରୀମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରିଥାନ୍ତି
