ଭାରତର ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କ କାର୍ଯ୍ୟକାଳ ବୃଦ୍ଧି: କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ପ୍ରକାଶ

ନୂଆଦିଲ୍ଲୀ: ବୃଦ୍ଧି ପାଇଲା ଭାରତର ଆଟର୍ଣ୍ଣି ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ କେକେ ବେଣୁଗୋପାଳଙ୍କ କାର୍ଯ୍ୟକାଳ ଅବଧି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ତାଙ୍କର କାର୍ଯ୍ୟକାଳ ଜୁନ ୩୦ରେ ସରୁଥିଲା।

ସୂଚନା ଅନୁଯାୟୀ, ବେଣୁଗୋପାଳ ବ୍ୟକ୍ତିଗତ କାରଣରୁ ଆଟର୍ଣ୍ଣି ଜେନେରାଲ ପରି ସାମ୍ବିଧାନିକ ପଦରେ ରହିବାକୁ ଚାହୁଁନଥିଲେ। ହେଲେ କେନ୍ଦ୍ର ସରକାରଙ୍କ ଅନୁରୋଧକ୍ରମେ ଆଉ ତିନି ମାସ ପାଇଁ ଭାରତର ସର୍ବୋଚ୍ଚ ଆଇନ ଅଧିକାରୀ ପଦରେ କାମ କରିବାକୁ ସହମତି ପ୍ରକାଶ କରିଛନ୍ତି।

୯୧ ବର୍ଷୀୟ ବେଣୁଗୋପାଳଙ୍କୁ ୨୦୧୭ରେ ରାଷ୍ଟ୍ରପତି ଦେଶର ଆଟର୍ଣ୍ଣି ଜେନେରାଲ ପଦରେ ନିଯୁକ୍ତ କରିଥିଲେ। ସେ ମୁକୁଲ ରୋହତଗିଙ୍କ ସ୍ଥାନ ନେଇଥିଲେ। ଏବେ ବେଣୁଗୋପାଳଙ୍କୁ ପୁନର୍ବାର ଏହି ପଦରେ ନିଯୁକ୍ତି ଦିଆଯାଇଛି।

ସୁପ୍ରିମକୋର୍ଟର ପ୍ରଖ୍ୟାତ ଆଇନଜୀବୀ କେକେ ବେଣୁଗୋପାଳ ସାମ୍ବିଧାନିକ ଏବଂ କର୍ପୋରେଟ୍ ଆଇନ ସଂପର୍କିତ ଗୁରୁତ୍ଵପୂର୍ଣ୍ଣ ମାମଲା ଲଢିଛନ୍ତି। ସେ ୧୯୭୯ ଏବଂ ୧୯୮୦ରେ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ପଦରେ କାମ କରି ସାରିଛନ୍ତି। ତାଙ୍କୁ ୨୦୦୨ରେ ପଦ୍ମଭୂଷଣ ଏବଂ ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ।

Related Posts