ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ବନ୍ଦେ ଭାରତ ଟ୍ରେନ୍ ପରେ ଏବେ ଭାରତୀୟ ରେଳବାଇ ନିର୍ମାଣ କରୁଛି ବନ୍ଦେ ମେଟ୍ରୋ ଟ୍ରେନ୍। ଏହି ଟ୍ରେନ୍ ୧୯୫୦ ଏବଂ ୬୦ ଦଶକରେ ନିର୍ମିତ ଟ୍ରେନ୍‌ର ସ୍ଥାନ ନେବ। ରବିବାର ଏନେଇ ସୂଚନା ଦେଇଛନ୍ତି ରେଳ ଏବଂ ଦୂରସଂଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହା ସହ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତର ପ୍ରଥମ ସ୍ବଦେଶୀ ହାଇଡ୍ରୋଜେନ୍ ଟ୍ରେନ୍ ୨୦୨୩ ଡିସେମ୍ବର ସୁଦ୍ଧା ପରିଚାଳିତ ହେବ।

ବନ୍ଦେ ଭାରତ ଟ୍ରେନର ଡିଜାଇନ ମେ କିମ୍ବା ଜୁନ୍ ମାସ ସୁଦ୍ଧା ପ୍ରସ୍ତୁତ ହେବାନେଇ ଏକ ସାକ୍ଷାତକାରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ ଆହୁରି କହିଛନ୍ତି ଯେ, ଏହି ଟ୍ରେନ ବିଶ୍ବସ୍ତରୀୟ ହେବ। ଏହି ବନ୍ଦେ ମେଟ୍ରୋ ଟ୍ରେନ୍ ଦେଶରେ ବଡ଼ ମାତ୍ରାରେ ନିର୍ମାଣ ହେବ। ଏହି ଟ୍ରେନ୍ ୧୯୫୦ ଏବଂ ୧୯୬୦ ରେ ନିର୍ମିତ ଟ୍ରେନ ଗୁଡ଼ିକର ସ୍ଥାନ ନେବ। ଏହାର ଡିଜାଇନ ବନ୍ଦେ ଭାରତ ପରି ଭାରତୀୟ ଇଞ୍ଜିନିୟରଙ୍କ ଡିଜାଇନ୍ ବୋଲି ସେ କହିଛନ୍ତି। ବନ୍ଦେ ମେଟ୍ରୋ ମଧ୍ୟବିତ୍ତ ଏବଂ ଗରିବ ଲୋକଙ୍କ ପାଇଁ ଧ୍ୟାନରେ ରଖି ତିଆରି ହେଉଥିବା ନେଇ କହିଛନ୍ତି ରେଳମନ୍ତ୍ରୀ।

ହାଇଡ୍ରୋଜେନ୍ ଦ୍ବାରା ପରିଚାଳିତ ଟ୍ରେନ୍ ଚଳାଚଳ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହାର ଡିଜାଇନ ଉପରେ କାମ ଆରମ୍ଭ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ପରିଚାଳିତ ହେବା ନେଇ ଲକ୍ଷ୍ୟ ରଖାଯାଇଛି।