ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ଆଜି ଆଉ ୨ଦିନ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଛି। ଆଜି ଅର୍ଚ୍ଚନାଙ୍କ ଦ୍ଵିତୀୟ ଦଫା ରିମାଣ୍ଡ ଶେଷ ହୋଇଥିବାବେଳେ ପୁଣିଥରେ କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ । ତେବେ ପ୍ରଥମ ଥର ୭ ଦିନ ଏବଂ ଦ୍ୱିତୀୟ ଥର ୬ ଦିନର ରିମାଣ୍ଡ ଅବଧି ଶେଷ ହୋଇଥିଲେ ବି ସେମିତି କୌଣସି ତଥ୍ୟ ଦେଇ ନାହାନ୍ତି ଅର୍ଚ୍ଚନା ନାଗ । ଏପଟେ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି । କିନ୍ତୁ ପୁଣିଥରେ ଆଜି ଇଡି ଦୁଇଦିନିଆ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଛି ।
ସୂଚନାଯୋଗ୍ୟ ଯେ, ଅର୍ଚ୍ଚନାଙ୍କ ଦ୍ଵିତୀୟ ଦଫା ରିମାଣ୍ଡ ସମୟରେ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ରିମାଣ୍ଡରେ ନେଇଥିଲା ଇଡି। ସେହିଭଳି ଏହି ସମୟ ମଧ୍ୟରେ ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ଇଡି ନିକଟରେ ହାଜର ହୋଇଥିଲେ। ତେବେ ୩ ଜଣଙ୍କୁ ମୁହାମୁହିଁ ଜେରା କରାଯାଇ ଅନେକ ତଥ୍ୟ ହାସଲ କରିଥିବା ଇଡି ଆହୁରି ଅଧିକ ଗୁମର ଖୋଲିବା ପାଇଁ ପୁଣି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି।
