ଚୀନ୍‌-ପାକିସ୍ତାନର ବଢ଼ିବ ଟେନ୍‌ସନ୍‌

ଭାରତ ପାଇଁ ସବୁବେଳେ ସୁରକ୍ଷା ବିପଦ ସୃଷ୍ଟି କରୁଥିବା ଦୁଇ ପଡ଼ୋଶୀ ଦେଶଙ୍କୁ ଶିକ୍ଷା ଦେବାକୁ ଭାରତ କରିଛି ବଡ଼ ଯୋଜନା । ଭାରତ ସରକାର ଏବେ ଏକ ଏମିତି ନିଷ୍ପତ୍ତି ନେଇଛନ୍ତି ଯାହା ଫଳରେ ବଢ଼ିଯିବ ଚୀନ୍‌ ଓ ପାକିସ୍ତାନର ଟେନ୍‌ସନ୍‌ ।

ଏହା ଫଳରେ ଗୋଟିଏ ପଟେ ଡ୍ରାଗନ୍‌ର କୂଟନୀତିକୁ କଡ଼ା ଜବାବ୍‌ ମିଳିବ ଏଥିସହ ଆବଶ୍ୟକ ସ୍ଥଳେ ଚୀନ୍‌ ସୀମାରେ ଭାରତୀୟ ସେନା ତୁରନ୍ତ ପହଞ୍ଚି ପାରିବ । ଭାରତର ରାସ୍ତା ନିର୍ମାଣ ନିଷ୍ପତ୍ତି ଦେଶର ସୁରକ୍ଷା ଦିଗରେ ନିଆଯାଇଥିବା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।

ଧୋକାବାଜ୍‌ ପାକିସ୍ତାନ ଓ ଚତୁର ଚୀନ୍‌ ଉପରେ ନଜର ରଖିବା ପାଇଁ ଏବେ ଭାରତ, ସୀମା ପାଖରେ ରାସ୍ତା ନିର୍ମାଣ କରିବାକୁ ଯାଉଛି । ଏହା ଫଳରେ ଏ ଦୁଇ ଦେଶଙ୍କର ଗତିବିଧି ଉପରେ ନଜର ରଖାଯାଇପାରିବ । .ଏଥିସହ ଯୁଦ୍ଧ ଭଳି ସ୍ଥିତିରେ ସେନା ବି ସହଜରେ ସୀମାରେ ପହଞ୍ଚି ପାରିବ । ଏତିକି ନୁହେଁ, ପାକିସ୍ତାନ ସୀମାବର୍ତ୍ତୀ ପଞ୍ଜାବ-ରାଜସ୍ଥାନରେ ପ୍ରାୟ 2100 କିମି ମୁଖ୍ୟ ଓ ସମ୍ପର୍କ ମାର୍ଗ ନିର୍ମାଣ କରାଯିବ ।

କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ ଅର୍ଥାତ୍‌ CPWDର 2018-19ର ବାର୍ଷିକ ରିପୋର୍ଟ ଅନୁସାରେ ଚୀନ୍‌ ସୀମାରେ 44ଟି ରାସ୍ତା ନିର୍ମାଣ କରିବାକୁ ଭାରତ ସରକାର ଯୋଜନା କରିଛନ୍ତି । 5ଟି ରାଜ୍ୟ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ସିକିମ୍‌, ଉତ୍ତରାଖଣ୍ଡ ଓ ଅରୁଣାଚଳ ପ୍ରଦେଶରେ ନିର୍ମାଣ ହେବ ରାସ୍ତା ।

ଏହି 44ଟି ରାସ୍ତା ନିର୍ମାଣରେ ପ୍ରାୟ 21 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରୋଜେକ୍ଟ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ସୁରକ୍ଷା ପ୍ରସଙ୍ଗର କ୍ୟାବିନେଟ୍‌ ସମିତି ବା CSSରୁ ମଞ୍ଜୁରୀ ଅପେକ୍ଷାରେ ଅଛି । ସିପିଡବ୍ଲୁର ରିପୋର୍ଟ ଅନୁସାରେ, ରାଜସ୍ଥାନ ଓ ପଞ୍ଜାବରେ 5,400 କୋଟି ବ୍ୟୟରେ 2,100 କିମି ଦୀର୍ଘ ରାସ୍ତା ନିର୍ମାଣ ହେବ । ରାଜସ୍ଥାନରେ 945 କିମି ମୁଖ୍ୟ ଓ 533 କିମି ସମ୍ପର୍କ ମାର୍ଗ ତିଆରି ହେବ । ପଞ୍ଜାବରେ ମଧ୍ୟ 482 କିମି ମୁଖ୍ୟ ଓ 219 କିମି ସମ୍ପର୍କ ମାର୍ଗ ନିର୍ମାଣ ହେବ ।

ଗୋଟିଏ ପଟେ ଚୀନ୍‌ ସୀମାରେ ନିରନ୍ତର ବିଭିନ୍ନ ପ୍ରକଳ୍ପ କରିବାରେ ଲାଗିଛି । ଗତ ବର୍ଷ ଡୋକଲାମରେ ରାସ୍ତା ନିର୍ମାଣକୁ ନେଇ ଭାରତ ଓ ଚୀନ୍‌ ସୈନିକ ମୁହାଁମୁହିଁ ହୋଇଥିଲେ । 73 ଦିନ ଯାଏଁ ଲାଗିରହିଥିଲା ଉତ୍ତେଜନାମୂଳକ ସ୍ଥିତି । ବହୁ ପର୍ଯ୍ୟାୟର ଆଲୋଚନା ପରେ 28 ଅଗଷ୍ଟରେ ବିବାଦର ସମାଧାନ ହୋଇଥିଲା ।

Related Posts