ସାହାଜଖୋଲ ଜଙ୍ଗଲରେ ଆଦିବାସୀଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ଶୂନ,ମାମଲା ଗଲା ଏନ୍ଏଚ୍ଆରସିକୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ବୁଧବାର ଦିନ ଘଟଣା।ଜଙ୍ଗଲ ବିଭାଗର କେତେକ କର୍ମଚାରୀ ଓ ଗତୋମୁଣ୍ଡା ଗ୍ରାମର ଶତାଧିକ ଲୋକ ସଙ୍ଘବୋଧ ଭାବେ ଆଦିବାସୀ ଙ୍କୁ  ଆକ୍ରମଣ କରିଥିଲେ। ମାଡ଼ ମାରିବା,ଘର ଭଙ୍ଗାରୁଜା କରିବା,ମହିଳା ମାନଙ୍କ ଅଶୀଳ ଭାଷା ରେ ଗାଳି ଦେବା ଓ ଆସବାସ କୁ ନଷ୍ଟ କରିବା ଭଳି  ଆମପାଣି ଥାନାରେ ଶୁକ୍ରବାର ଦିନ ଆଦିବାସୀ ମାନେ ଅଭିଯୋଗ କରିଛନ୍ତି।ଯାହାଅଭିଯୋଗ ର ୪ ଦିନ ପରେ ମଧ୍ୟ ପୋଲିସ ର କାର୍ଯ୍ୟାନୁଷ୍ଠାନ ଶୁନ ଥିବା ନେଇ ଉଦବେଗ ଦେଖାଦେଇଛି। ତେବେ ଘଟଣା ର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ଗତ ଶନିବାର ଦିନ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଧିରଜ କୁମାର ଚୋପଦାର ଘଟଣା ସ୍ଥଳ କୁ ଯାଇ ତଦାରଖ କରିଥିଲେ।ତଦାରଖ ପରେ ମଧ୍ୟ ଦୁର୍ବୁତ୍ତ ଓ ଜଙ୍ଗଲ ବିଭାଗ କର୍ମଚାରୀ ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ନେଇ ପୋଲିସର କାର୍ଯ୍ୟକାରୀତା  ସନ୍ଦେହ ଘେର କୁ ଆସିଛି।ସିଧାସଳଖ ଶାସକ ଦଳୀୟ ନେତା ଙ୍କ ଚାପ ଯୋଗୁଁ ନିବୃତ ଥିବା ଅଭିଯୁକ୍ତ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେଇ ପାରୁ ନ ଥିବା ଜିଲ୍ଲା ରେ ଚର୍ଚା ହୁଏ।  ଘଟଣା ରେ ସମ୍ପୃକ୍ତି ଥିବା  ହେମନ୍ତ ମାଝୀ ଏକ ନିର୍ଦ୍ଧିଷ୍ଟ ଦଳର ରାଜ ନେତା ଙ୍କ ଛତ୍ରଛାୟା ତଳେ  ଥୁବା  ଚର୍ଚ୍ଚା ପରିସର କୁ ଆସେ। ଯାହା ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଥିବା ଆଲୋଚନା ହେଉଛି।ଅନ୍ୟପଟେ ଘଟଣା ଟି ଏବେ ଜାତୀୟମାନବାଧିକାର କମିଶନଙ୍କ ଠାରେ ଅଭିଯୋଗ ହୋଇଛି।ଭବାନୀପାଟଣା ର ମାନବା ଧିକାର କର୍ମୀ ଦିଲ୍ଲୀପ କୁମାର ଦାସ କମିଶନଙ୍କ ଦ୍ୱାରସ୍ତ ହୋଇଥିବା ବେଳେ ଆଦିବାସୀ ଙ୍କ ସୁରକ୍ଷା, ଥଇଥାନ ଓ କ୍ଷତିପୂରଣ ବାବଦରେ ଅପିଲ କରିଛନ୍ତି।ଅନ୍ୟପଟେ ଏହି ଘଟଣା କୁ ନେଇ ଜିଲ୍ଲା ରେ ବିଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ରାଜନୀତି ମଧ୍ୟ ମୁଣ୍ଡ ଟେକିବାରେ ଲାଗିଛି।ଘଟଣା କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି।ତୁରନ୍ତ ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏଠାରେ ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ଆଦିବାସୀ ଓ ଅନୁସୂଚିତ ଜାତି ନିର୍ଯାତନା ନିବାରଣ ଆଇନ କାର୍ଯ୍ୟକାରୀ କରିବାକୁ ଥିବା ଭିଜିଲାନ୍ସ ଓ ତଦାରଖ କମିଟିର ଗୋଟିଏ ମଧ୍ୟ ବୈଠକ ଗତ ୩ ବର୍ଷ ମଧ୍ୟରେ ବସିନାହିଁ । ଆଦିବାସୀ ମାନଙ୍କ ଉପରେ ଏଭଳି ଆକ୍ରମଣ ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲାପାଳ କାହିଁକି ବୈଠକ ଡ଼ାକୁନାହାନ୍ତି ବୋଲି ବିଭିନ୍ନ ଆଦିବାସୀ ନେତା କ୍ଷୋଭ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନର ଆଦିବାସୀ ଓ ଅନୁସୂଚିତ ଜାତିପାଇଁ କେତେ ଆନ୍ତରିକତା ତାହା ସହଜରେ ପ୍ରମାଣିତ ହେଉଛି । ଏନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଧିରଜ କୁମାର ଚୋପଦାର ତଦନ୍ତ ପ୍ରକ୍ରିୟା ଚାଲି ଥିବା ପ୍ରକାଶ କରିଛନ୍ତି।

Related Posts