ପଞ୍ଜାବ କଂଗ୍ରେସ କନ୍ଦଳରେ ପଡିବ କି ଯବନିକା ? ଆଜି ସୋନିଆ ଗାନ୍ଧୀଙ୍କୁ ଭେଟିବେ କ୍ୟାପଟେନ ଅମରିନ୍ଦର ସିଂ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ଦେଖାଦେଇଥିବା ଦଳୀୟ କନ୍ଦଳକୁ ସମାଧାନ କରିବା ପାଇଁ ହାଇକମାଣ୍ଡ ତତ୍ପରତା ଦେଖାଉଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ କରିବା ପାଇଁ ମଙ୍ଗଳବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ କ୍ୟାପଟେନ୍। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗତ ସପ୍ତାହରେ ମଧ୍ୟ ନବଜୋତ୍ ସିଂ ସିଦ୍ଧୁ ଦିଲ୍ଲୀ ଯାଇ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟି ଥିଲେ। ସିଦ୍ଧୁଙ୍କ ଏହି ସାକ୍ଷାତକାର ପୂର୍ବରୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ୩ ଜଣିଆ ପ୍ୟାନେଲ ନିକଟରେ ହାଜର ହୋଇଥିଲେ। ସେସମୟରେ ହାଇକମାଣ୍ଡଙ୍କ ସହ ସାକ୍ଷାତ ନକରି ପଞ୍ଜାବ ଫେରି ଆସିଥିଲେ। ଏବେ ସେ ସୋନିଆ ଗାନ୍ଧିଙ୍କୁ ଭେଟିବା ନେଇ ସୂଚନା ରହିଛି । ତେବେ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ରଖିଛନ୍ତି । ସୂତ୍ର ମିଳିଥିବା ସୂଚନା ମୁତାବକ ପଞ୍ଜାବ ପିସିସି ହୋଇପାରନ୍ତି। ଏପଟେ କ୍ୟାପଟେନ ମନ୍ତ୍ରୀ ମଣ୍ଡଳରେ କିଛି ପରବର୍ତ୍ତନ ମଧ୍ୟ ହୋଇପାରେ। ଗତ ସପ୍ତାହରେ ସିଦ୍ଧୁ ପ୍ରିୟଙ୍କା ଗାନ୍ଧୀଙ୍କ ସହ ୪ ଘଣ୍ଟା କାଳ ଆଲୋଚନା କରିଥିଲେ। ଏହାପରେ ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିଥିଲେ। 

Related Posts