ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ)): ଭାରତ-ନେପାଳ ଦ୍ୱିପାକ୍ଷିକ ଆଲୋଚନା ଶେଷ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥଳୀ ଲୁମ୍ବିନୀ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉୱାଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଦେଶ ପରସ୍ପରକୁ ବିଭିନ୍ନ କ୍ଷେତ୍ରରେ ସହଭାଗିତା ନେଇ ଆଲୋଚନା କରିଛନ୍ତି ।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଲୁମ୍ବିନୀରେ ନେପାଳ ପ୍ରାଧନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏଥିରେ ଉଭୟ ନେତା ଅନେକ ପ୍ରସଙ୍ଗରେ ପରସ୍ପରକୁ ସହ ଯୋଗନେଇ ସହମତି ପ୍ରକାଶ କରିଛନ୍ତି । ଉଭୟ ଦେଶ ଜଳବିଦ୍ୟୁତ, ବିକାଶ ସହ ବିଭିନ୍ନ କ୍ଷେତ୍ରରେ ସହଭାଗିତା ନେଇ ଆଗକୁ ବଢିବେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୁମ୍ବିନୀରେ ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।