ଯୁଦ୍ଧ ମାଧ୍ୟମରେ ନିରୀହ ଲୋକମାନଙ୍କୁ ହତ୍ୟା କରାଯାଉଛି: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଏହି ଯୁଦ୍ଧରେ ପରସ୍ପର ଦେଶର ଶହ ଶହ ଲୋକ ମୃତୁ୍ୟବରଣ କରୁଛନ୍ତି । ଏନେଇ ଅର୍ନ୍ତରାଷ୍ଟ୍ରୀୟ କୋର୍ଟରେ ଅଭିଯୋଗ ଦାଖଲ କରିଛି ୟୁକ୍ରେନ । ୟୁକ୍ରେନ ଅଭିଯୋଗ କରିଛି କି ଋଷ ଯୁଦ୍ଧ ନାମରେ ୟୁକ୍ରେନର ସାଧାରଣ ନାଗରିକମାନଙ୍କୁ ହତ୍ୟା କରିବାରେ ଲାଗିଛି । ଏନେଇ କୋର୍ଟ ତୁରନ୍ତ ଅଭିଯୋଗର ଶୁଣାଣି କରି ନ୍ୟାୟ ପ୍ରଦାନ କରିବାକୁ ୟୁକ୍ରେନ ଦାବି କରିଛି । ଏହାସହ ୟୁକ୍ରେନ ଆଇସିଜେରେ ଦାବି କରିଛି କି କୋର୍ଟ ତରଫରୁ ଆଦେଶ ଦିଆଯାଉ କି ଋଷ ସେନା ୟୁକ୍ରେନ ଛାଡି ଚାଲିଯାନ୍ତୁ ।

ୟୁକ୍ରେନର ଏହି ଅଭିଯୋଗ ଉପରେ ଆଇସିଜେ ଆସନ୍ତା ସପ୍ତାହରେ ଶୁଣାଣି କରିପାରେ ବୋଲି ଆଶା କରାଯାଉଛି । ଅନ୍ୟପଟେ ସଂଯୁକ୍ତ ରାଷ୍ଟ୍ରର ଶରଣାର୍ଥୀ ଏଜେନ୍ସି ତରଫରୁ ଦାବି କରାଯାଇଛି କି, ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରଠାରୁ ଏପର୍ୟ୍ୟନ୍ତ ୩ ଲକ୍ଷ ୬୮ ହଜାର ଲୋକ ୟୁକ୍ରେନ ଛାଡି ସାରିଛନ୍ତି । ଏହାସହ ୟୁଏନ କହିଛି କି ଆଶା କରାଯାଉଛି ୪୦ ଲକ୍ଷ ଲୋକ ୟୁକ୍ରେନ ଛାଡି ପଡୋଶୀ ଦେଶକୁ ଚାଲିଯିବୋ

Related Posts