ଗୁଡ୍ ଲକ୍ ଆଣ୍ଡ୍ ଗୁଡ୍ ବାଏ ଟୁ କଂଗ୍ରେସ ପାର୍ଟି: ବରିଷ୍ଠ ନେତା ସୁନୀଲ ଜାଖଡ

ଚଣ୍ଡିଗଡ: କଂଗ୍ରେସ କୁ ଝଟକା | ରାଜସ୍ଥାନ ଉଦୟପୁରରେ ଚାଲିଥିବା ଚିନ୍ତନ ଶିବିର ମଧ୍ୟରେ କଂଗ୍ରେସ ପାଇଁ ଏକ ଖରାପ ଖବର ଆସିଛି | କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖଡ ଦଳରୁ ଇସ୍ତଫା ଦେଇଛନ୍ତି | ସେ ଦଳରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ସେ କହିଛନ୍ତି ଯେ, ଆଜି କଂଗ୍ରେସ ଦଳ ଖଟିଆରେ ଦୃଶ୍ୟମାନ ହେଉଛି । ଗୁଡ୍ ଲକ୍ ଆଣ୍ଡ୍ ଗୁଡ୍ ବାଏ ଟୁ କଂଗ୍ରେସ ପାର୍ଟି ।

ସୁନୀଲ ଜାଖଡ ଶନିବାର ଦିନ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍‌ରୁ ଲାଇଭ୍ କରି କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି । ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କଂଗ୍ରେସରେ ଜାତିଗତ ସମୀକରଣକୁ ଧ୍ୟାନରେ ରଖି କରାଯାଉଥିବା ରାଜନୀତି ଉପରେ ପ୍ରଶ୍ନ ଉଠାଇ ହାଇକମାଣ୍ଡଙ୍କୁ ଟାର୍ଗେଟ୍ କରିଛନ୍ତି ।

ସୁନୀଲ ଜାଖଡ କହିଛନ୍ତି ଯେ, ପଞ୍ଜାବରେ ଯିଏ କଂଗ୍ରେସ ଦାୟିତ୍ବରେ ଥିଲେ ତାଙ୍କୁ ନୋଟିସ୍ ନଦେଇ ମୋତେ ଦିଆଯାଇଛି । ଯଦି ମୋ ପାଇଁ ପଞ୍ଜାବରେ ସରକାର ଗଠନ ହୋଇପାରିଲାନାହିଁ ତେବେ ମୋତେ କାହିଁକି ବାହାର କଲେ ନାହିଁ ? ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୋଟିସ୍ ଦେଇ ମୋର କଣ କ୍ଷତି କରିପାରିବେ । ଚାପୁଲୁସିଆ ମାନଙ୍କ ସହ ରହିବା ଆପଣଙ୍କୁ ଶୁଭେଚ୍ଛା । କିନ୍ତୁ ନିଷ୍ପତ୍ତି ତ ନିଅନ୍ତୁ । ଠିକ୍ ହେଉ କିମ୍ବା ଭୁଲ୍ ଏହା ତ ସମୟ କହିବ ।

Related Posts