ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ତଦନ୍ତ କମିସନ ଫାଇଲ୍ ହଜିବା ମାମଲାରେ ଗଠନ ହେଲା ସ୍ବତନ୍ତ୍ର ତଦନ୍ତକାରୀ ଟିମ । ଗୃହ ବିଭାଗରେ କ୍ୟାପିଟାଲ ଥାନା ପୁଲିସର ତଦନ୍ତ । ଏହି ଟିମରେ ଜଣେ ଏସପି ଓ ଦୁଇ ଜଣ ଆଇଆଇସି ଅଛନ୍ତି । ପ୍ରାରମ୍ଭିକ ତଦନ୍ତ ସହ ପ୍ରମାଣ ଖୋଜା ଚାଲିଥିବା କହିଛନ୍ତି ପୁଲିସ କମିସନର ।
ଆଇଆଇସି ରାଧାକାନ୍ତ ସାହୁ, ଏଆଇଆଇସି ବିପିନ ବିହାରୀ ହୋତା ଓ ଏସଆଇ ମାନସ ସାହୁ ଲୋକସେବା ଭବନ ଯାଇ ତଦନ୍ତ କରିଛନ୍ତି। ଫାଇଲ୍ ଚୋରି ନେଇ ଗତକାଲି ଥାନାରେ ଏତଲା ହୋଇଥିଲା । ଦୁଇଟି କମିଶନ ରିପୋର୍ଟ ମିସିଂକୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି ବୋଲି କହିଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ । ଜଣେ ଏସିପି ଓ ଦୁଇ IICଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସବୁ ଦିଗରୁ ତଦନ୍ତ ହେବ । କେଉଁ ସମୟରେ ମିସିଂ ହୋଇଛି, କିଏ ସମ୍ପୃକ୍ତ ଖୋଜି ବାହାର କରାଯିବ । ଅପରାଧିକ ଷଡ଼ଯନ୍ତ୍ର ଧାରାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି ।
