ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବ ଆଇପିଏଲ୍-୨୦୨୩, ତାରିଖ ଘୋଷଣା କଲା ବିସିସିଆଇ

ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ଆଇପିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ୍ ୨୦୨୩ ସିଜିନ୍ ପାଇଁ ସିଡ୍ୟୁଲ୍ ଜାରି କରିଛି । ଏଥର ଆଇପିଏଲ ମାର୍ଚ୍ଚ ମାସ ୩୧ ତାରିଖରୁ ଆରମ୍ଭ ହେବ । ଚଳିତଥର ମୋଟ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ । ତେବେ ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ଆଇପିଏଲର ଫାଇନାଲ ମ୍ୟାଚ୍ ମେ ମାସ ୨୮ ତାରିଖରେ ଖେଳାଯିବ । ଚଳିତ ଥର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ୍ । ଆଇପିଏଲର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଏଥର ୧୦ଟି ଟିମ୍ ରହିବା ସହିତ ୭୦ଟି ଲିଗ୍ ମ୍ୟାଚ୍ ଓ ଏହାହ ପ୍ଲେ-ଅଫ୍ ମ୍ୟାଚ୍ ଦେଖିବାକୁ ମିଳିବ ।

ସୂଚନାଯୋଗ୍ୟ ଯେ, ବିସିସିଆଇ ପକ୍ଷରୁ କିଛି ଦିନ ତଳେ ମହିଳା ପ୍ରିମିୟର ଲିଗ୍ ଆୟୋଜନ ହେବା ନେଇ ତାରିଖ ଘୋଷଣା ହୋଇଥିଲା । କିଛି ଦିନ ତଳେ ମୁମ୍ବାଇରେ ଏହାର ଖେଳାଳି ନିଲାମ ବି ଶେଷ ହୋଇଛି । ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମହିଳା କ୍ରିକେଟ୍ ଲିଗ୍ ମାର୍ଚ୍ଚ ୨୬ ତାରିଖ ଯାଏଁ ଚାଲିବ । ତେଣୁ ମହିଳା ପ୍ରିମିୟର ଲିଗ ଶେଷ ହେବାର କିଛି ଦିନ ପରେ ଆଇପିଏଲ୍ ଆରମ୍ଭ ହେବ ।

ଚଳିତ ଥର ଆଇପିଏଲ୍ ବେଶ ରୋମାଞ୍ଚକର ହେବ । କାହିଁକି କାରଣ, ମିିନି ଅକ୍ସନ ପରେ ସବୁ ଦଳରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ସାମ୍ କରନ୍ ଏଥର ପଞ୍ଜାବ କିଙ୍ଗସ୍ ପକ୍ଷରୁ ଆଇପିଏଲ୍ ଖେଳିବେ । ତାଙ୍କ ସହିତ ବେନ୍ ଷ୍ଟୋକସ୍ ମଧ୍ୟ ଚେନ୍ନାଇ ପକ୍ଷରୁ ଆଇପିଏଲ୍ ମ୍ୟାଚ୍ ଖେଳିବେ । ଅନ୍ୟପଟେ ପଞ୍ଜାବ କିଙ୍ଗସ୍ ଶିଖର ଧାୱନଙ୍କ ନେତୃତ୍ୱରେ ଏଥର ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି । ସେହିପରି ମୁମ୍ବାଇ ଦଳରେ କ୍ୟାମରେନ୍ ଗ୍ରୀନ୍ ମଧ୍ୟ ସାମିଲ ହୋଇଛନ୍ତି ।

Related Posts