୨୦୨୩ ସିଜିନରୁ ପୁରୁଣା ଫର୍ମାଟକୁ ଫେରିବ ଆଇପିଏଲ, ନିଜ ନିଜ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିପାରିବେ ସମସ୍ତ ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ ସିଜିନରୁ ପ୍ରି-କୋଭିଡ ଫର୍ମାଟକୁ ଫେରିବ। ଅର୍ଥାତ୍ ପ୍ରତ୍ୟେକ ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ଏବଂ ବିପକ୍ଷ ଦଳର ଗ୍ରାଉଣ୍ଡରେ ମ୍ୟାଚ ଖେଳିବେ। ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏନେଇ ବୋର୍ଡ ଅନୁବନ୍ଧିତ ୟୁନିଟ ଗୁଡିକୁ ଏ ବିଷୟରେ ସୂଚନା ଦେଇଛନ୍ତି। ୨୦୨୦ ମସିହାରେ କରୋନା ମହାମାରୀ ଯୋଗୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ, ଶାରଜା ଏବଂ ଆବୁଧାବିରେ ପଡ଼ିଆରେ ଏହା ଆୟୋଜିତ ହୋଇଥିଲା।

ସେହିଭଳି ୨୦୨୧ ମସିହାରେ ଏହି ଟି-୨୦ ଟୁର୍ନାମେଣ୍ଟ ଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇ ଏବଂ ଚେନ୍ନାଇରେ ଚାରୋଟି ସ୍ଥାନରେ ଆୟୋଜିତ ହୋଇଥିଲା। କିନ୍ତୁ ବର୍ତ୍ତମାନ କୋଭିଡ୍ ମହାମାରୀ ନିୟନ୍ତ୍ରଣରେ ରହିଛି ତେଣୁ ଏହି ଲିଗ ଘରୋଇ ଗ୍ରାଉଣ୍ଡରେ ପୁରୁଣା ବର୍ଷ ଗୁଡିକ ଭଳି ଖେଳାଯିବ। ସମସ୍ତ ୧୦ଟି ଦଳ ନିଜ ନିଜ ଘରୋଇ ଗ୍ରାଉଣ୍ଡରେ ନିଜ ଘରୋଇ ମ୍ୟାଚ ଖେଳିବେ ରାଜ୍ୟ ୟୁନିଟକୁ ପଠାଯାଇଥିବା ବାର୍ତ୍ତାରେ ଗାଙ୍ଗୁଲି ଏହା କହିଛନ୍ତି।

ଏହା ବ୍ୟତୀତ ବିସିସିଆଇ ମଧ୍ୟ ବହୁ ପ୍ରତୀକ୍ଷିତ ମହିଳା ଆଇପିଏଲ ଆସନ୍ତା ବର୍ଷ ଆରମ୍ଭରେ ଆୟୋଜନ କରିବାକୁ ଯୋଜନା କରୁଛି। ଗତ ମାସରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ପରେ ମାର୍ଚ୍ଚ ମାସରେ ମହିଳା ଆଇପିଏଲ ଅନୁଷ୍ଠିତ ହେବାର ସମ୍ଭାବନା ରହିଥିବା ଜଣା ପଡିଛି।

Related Posts