ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ସମସ୍ତ ମନ୍ତ୍ରୀ ମାନେ ନିଜ ନିଜର ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି। ସେପଟେମ୍ବର ୧୫ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ପ୍ରଦାନ ପାଇଁ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ରହିଥିଲା । ସେହି ଅନୁସାରେ ମନ୍ତ୍ରୀ ମାନେ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି ।

ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ପତ୍ତି ତାଲିକା ଦାଖଲ କରିଛୁ । ଏବେ ବିଭାଗର ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛୁ । ଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବୁ । ମନ୍ତ୍ରୀମାନେ କିଭଳି ନିଜ ବିଭାଗକୁ କ୍ରୀୟାଶୀଳ କରିଛନ୍ତି । ସେନେଇ ପ୍ରତ୍ୟେକ ମନ୍ତ୍ରୀ ରିପୋର୍ଟ କାର୍ଡ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହି ଅନୁସାରେ ନିଜ ନିଜ ବିଭାଗର ଅଗ୍ରଗତି, ଅଧପନ୍ତରିଆ କାମ ଓ ଆଗାମୀ ଦିନରେ ବିଭାଗ କଣ କରିବାକୁ ଯାଉଛି, ତାହା ରିପୋର୍ଟ କାର୍ଡରେ ଦର୍ଶାଇଥାନ୍ତି ମନ୍ତ୍ରୀ ।