ସ୍ମୃତି ଇରାନୀ ଓ ସିନ୍ଧିଆଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ, ସମ୍ଭାଳିବେ ସଂଖ୍ୟାଲଘୁ ବ୍ୟାପାର ଓ ଇସ୍ପାତ ମନ୍ତ୍ରଣାଳୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : କେନ୍ଦ୍ର ମନ୍ତ୍ରୀ ମୁଖାର୍ ଅବ୍ବାସ ନାକଭି ଏବଂ ରାମ ଚନ୍ଦ୍ର ପ୍ରସାଦ ସିଂଙ୍କ ଇସ୍ତଫା ପରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଙ୍କୁ ସଂଖ୍ୟାଲଘୁ ବ୍ୟାପାର ଓ ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ଉଭୟ ନାକଭି ଏବଂ ସିଂ ସେମାନଙ୍କର ରାଜ୍ୟସଭା କାର୍ଯ୍ୟକାଳ ସମାପ୍ତ ହେବାର ଗୋଟିଏ ଦିନ ପୂର୍ବରୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଇସ୍ତଫା ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଭାରତର ରାଷ୍ଟ୍ରପତି ସମ୍ବିଧାନର ଧାରା ୭୫ ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଶ୍ରୀ ମୁଖାର୍ ଅବ୍ବାସ ନାକଭି ଏବଂ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂଙ୍କ ଇସ୍ତଫା ଗ୍ରହଣ କରିଛନ୍ତି” ରାଷ୍ଟ୍ରପତି ଭବନ ର ଏକ ପ୍ରେସ ବିଜ୍ଞପ୍ତି ରୁ ଏହା ଜଣା ପଡ଼ିଛି।

ରାଜ୍ୟସଭାର ଉପ ନେତା ଥିବା ନାକଭିଙ୍କ ଇସ୍ତଫା ପରେ ବିଜେପିର ୩୯୫ ଜଣ ସାଂସଦଙ୍କ ମଧ୍ୟରେ କୌଣସି ମୁସଲମାନ ସାଂସଦ ରହିବେ ନାହିଁ। ବିଜେପି ର ତିନିଜଣ ମୁସଲିମ ସାଂସଦଙ୍କ ମଧ୍ୟରେ ନାକଭି ଥିଲେ ମାତ୍ର ନିକଟ ରେ ତିନି ଜଣ ଙ୍କର କାର୍ଯ୍ୟକାଳ ଶେଷ ହୋଇଛି।

ଶ୍ରୀ ସିଂ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ଓ ସେ ଥରେ ବିହାର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ବର୍ତ୍ତମାନ ସେ ଜେଡି (ୟୁ) ସୁପ୍ରିମୋ ନୀତୀଶ କୁମାରଙ୍କ ଦଳର କୋଟା ରେ କେନ୍ଦ୍ର କ୍ୟାବିନେଟରେ ଯୋଗଦେଇଥିଲେ ମାତ୍ର ଏକ ବର୍ଷ ପରେ ଆଜି ତାଙ୍କ ଜନ୍ମଦିନରେ ସେ ମନ୍ତ୍ରୀମଣ୍ଡଳ ରୁ ଇସ୍ତପା ଦେଇଛନ୍ତି।

Related Posts