ମନ୍ତ୍ରୀପଦ ଯିବାପରେ ଶ୍ରୀକାନ୍ତ ସାହୁଙ୍କ କୁମ୍ଭୀର କାନ୍ଦଣା ୨୦୨୪ ଟିକେଟ ପାଇଁ କି ?

ଭୁବନେଶ୍ୱର,୨୯/୫(ସତ୍ୟପାଠ ବ୍ୟୁରୋ): ଭରା ସଭାରେ କାନ୍ଦିଲେ ପୂର୍ବତନ ମନ୍ତ୍ରୀ ତଥା ପୋଲସରାର ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ | ତେବେ ନିକଟରେ ବିବାଦୀୟ ହୋଇ ପଡିବା ପରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରୁ ସେ ଇସ୍ତଫା ଦେଇଥିଲେ | ଶ୍ରୀକାନ୍ତଙ୍କ ବିରୋଧରେ ତାଙ୍କ ନିଜ ଦଳର ଜଣେ ନେତ୍ରୀ ଯୌନ ଉତ୍ପୀଡ଼ନର ସାଙ୍ଘାତିକ ଅଭିଯୋଗ ଆଣିଥିଲେ|

ଆଉ ଅଭିଯୋଗ ଆସିବା ପରେ ଶଙ୍ଖ ଭବନ ଉଦ୍ଘାଟନ ଉତ୍ସବରେ ଶ୍ରୀକାନ୍ତ ଛାତି ଫୁଲାଇ ବୁଲୁଥିବା ବେଳେ ଅଭିଯୋଗ ଆଣିଥିବା ନେତ୍ରୀ ଜଣକ କାନ୍ଦି କାନ୍ଦି ଯାଉଥିବାର ଦୃଶ୍ୟ ସାରା ରାଜ୍ୟ ଦେଖିଥିଲା | ଆଉ ମନ୍ତ୍ରୀପଦ ଯିବା ପରେ ବଦଳି ଯାଇଛି ଚିତ୍ର, ନିଜ ନିର୍ବାଚନ ମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କାନ୍ଦି କାନ୍ଦି ନିଜ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଶ୍ରୀକାନ୍ତ| ଆଉ ତାଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଥିବା ମଧ୍ୟ ସେ କହିଛନ୍ତି |

ତେବେ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ ଶ୍ରୀକାନ୍ତ ଏବେ କାହିଁକି ତାଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଥିବା କଥା କହୁଛନ୍ତି ? ମନ୍ତ୍ରୀ ଥିବା ସମୟରେ କାହିଁକି ସବୁ ଅଭିଯୋଗକକୁ ଖଣ୍ଡନ କଲେ ନାହିଁ ବା ତାଙ୍କ ବିରୋଧରେ ଷଡଯନ୍ତ୍ର କଥା କହିଲେ ନାହିଁ ? ତେବେ ମନ୍ତ୍ରୀ ପଦ ଚାଲିଯିବା ପରେ ଏବେ 2024ରେ ବିଧାୟକ ଟିକେଟ ଖଣ୍ଡିକ ମଧ୍ୟ ଚାଲିଯିବା ଭୟରେ ଶ୍ରୀକାନ୍ତ ଏବେ କୁମ୍ଭୀର କାନ୍ଦଣା କାନ୍ଦୁନାହାନ୍ତି ତ ? ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା |

Related Posts