ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଇଏସଆଇ ଟାର୍ଗେଟରେ ଦିଲ୍ଲୀ । ତେବେ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ପାକିସ୍ତାନ ସମର୍ଥିତ ଶେହଜାଦ୍‌ ଭଟ୍ଟି ମଡ୍ୟୁଲର ୯ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଦିଲ୍ଲୀର ଐତିହାସିକ ମନ୍ଦିର , ହରିୟାଣାର ଏକ ସୈନ୍ୟ ଶିବିର ଓ ଦିଲ୍ଲୀ-ସୋନିପତ୍‌ ହାଇୱେରେ ଥିବା ଏକ ପ୍ରସିଦ୍ଧ ଢାବା ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ। ପଚରାଉଚରାରୁ ଅଭିଯୁକ୍ତମାନେ ମନ୍ଦିର ଓ ସୈନ୍ୟ ଶିବିରର ସର୍ବେକ୍ଷଣ କରି ପାକିସ୍ତାନସ୍ଥିତ ହ୍ୟାଣ୍ଡଲର୍ସଙ୍କୁ ଭିଡିଓ ପଠାଇଥିବା ଜଣାପଡ଼ିଛି। ସେପଟେ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ଦ୍ବାରା ଗିରଫ ହୋଇଥିବା ପାକିସ୍ତାନ ସମର୍ଥିତ ଶେହଜାଦ୍‌ ଭଟ୍ଟି ମଡ୍ୟୁଲର ଆତଙ୍କବାଦୀମାନଙ୍କୁ ପଚରାଉଚରା ବେଳେ ଚକିତ କରିଦେବା ପରି ତଥ୍ୟ ସାମ୍‌ନାକୁ ଆସିଛି।

ଦିଲ୍ଲୀର ଏକ ଐତିହାସିକ ମନ୍ଦିର ଓ ହରିୟାଣାର ସୈନ୍ୟ ଶିବିର ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛି। ଦିଲ୍ଲୀ ପୁଲିସ ଗୁରୁବାର ଏହି ମଡ୍ୟୁଲର ୯ ଜଣ ଆତଙ୍କବାଦୀଙ୍କୁ ବିପୁଳ ଅସ୍ତ୍ରଶସ୍ତ୍ର ସହିତ ଗିରଫ କରିଛି। ପଚରାଉଚରାରୁ ମଡ୍ୟୁଲର ଜଣେ ସଦସ୍ୟ ମନ୍ଦିରର ସର୍ବେକ୍ଷଣ କରିଥିବା ଜଣାପଡ଼ିଛି। ମନ୍ଦିର ପରିସର ଫଟୋ ଓ ଭିଡିଓ ପାକିସ୍ତାନରେ ଥିବା ହ୍ୟାଣ୍ଡଲରଙ୍କୁ ପଠାଇଥିଲା। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ଆତଙ୍କବାଦୀମାନେ କାମ କରୁଥିବା ଜଣାପଡ଼ିଛି।