ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ବିଜେପି ସରକାର ମମତାଙ୍କୁ ହରାଇ ବହୁମତରେ ସରକାର କରିବାକୁ ଯାଉଛି । ସେପଟେ ମମତା ପରାଜୟ ବରଣ କରିବା ପରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ତାଙ୍କୁ ଭେଟିବାକୁ ଆସିଥିଲେ । ଯାହାକୁ ନେଇ ଦେଶର ରାଜନୀତି ବେଶ୍ ସରଗରମ । ଏହା ମଧ୍ୟରେ ବିହାର ବିଜେପି ସଭାପତି ସଂଜୟ ସରାଓଗୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଅଖିଳେଶ ଯାଦବ ନିଶ୍ଚିତ ଭାବରେ ମମତା ଦିଦିଙ୍କୁ ଭେଟିବାକୁ ଯିବେ। ଏବେ ବି ଆହୁରି ଅନେକ ଲୋକ ଯିବେ। ଯେଉଁମାନେ ଯାଉଛନ୍ତି ସେମାନେ ସମସ୍ତେ ନିଶ୍ଚିହ୍ନ ହୋଇଯିବେ ବୋଲି କହିଛନ୍ତି ।
ଏହା ସହ ବିହାର ଭାଜପା ସଭାପତି ଅଖିଳେଶ ଯାଦବଙ୍କୁ ଚେତାବନୀ ଦେଇ କହିଛନ୍ତି, ପରବର୍ତ୍ତୀ ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅଛି। ବଙ୍ଗଳାର ଲୋକମାନେ ମମତା ବାନାର୍ଜୀଙ୍କୁ ନିଶ୍ଚିହ୍ନ କରିଥିବା ପରି ସେ ସମାନ ଭାଗ୍ୟର ସମ୍ମୁଖୀନ ହେବେ। ଯଦି ଆପଣ ଜନସ୍ବାର୍ଥରେ ଚିନ୍ତା ନକରନ୍ତି, ତେବେ ଜନସାଧାରଣ ସୁଯୋଗ ପାଇବା ମାତ୍ରେ ଆପଣଙ୍କୁ ହଟାଇ ଦେବେ ବୋଲି କହିଛନ୍ତି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ।
