କାବୁଲ ଗୁରୁଦ୍ୱାରରେ ଗୁଳି ଚଳାଇଲେ ଆଇଏସଆଇଏସ ଆତଙ୍କବାଦୀ; ଜଣେ ନିହତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାବୁଲ ଗୁରୁଦ୍ୱାରରେ ଗୁଳି ଚଳାଇଲେ ଆଇଏସଆଇଏସ ଆତଙ୍କବାଦୀ । ଗୁଳି ଚଳାଇବାରୁ ଜଣେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ୫ଜଣ ଆହତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସେମାନେ ‘ଆଇଏସ୍ଆଇଏସ୍ ଖୋର୍ସାନ୍’ ଆତଙ୍କବାଦୀ ବୋଲି ସନ୍ଦେହ କରାଯାଉଛି। ସେପଟେ ଗୁରୁଦ୍ବାର ଦଶମେଶ ପିଟା ଗୁରୁ ଗୋବିନ୍ଦ ସିଂହ କାର୍ତେ ପର୍ୱାନ୍ର ଅଧ୍ୟକ୍ଷ ଗୁରନାମ ସିଂହ କହିଛନ୍ତି, ଗୁରୁଦ୍ବାରରେ ବନ୍ଧୁକଧାରୀମାନେ ଗୁଳି ଚଳାଇଛନ୍ତି। ଏବେ ଆମେ ଗୁରୁଦ୍ବାର ବାହାରେ ଅଛୁ। କିଛି ଲୋକଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ ହେଉଛି।

ଭିତରକୁ ଗଲେ ଯାଇ ଅଧିକ ତଥ୍ୟ ଜଣାପଡ଼ିବ। ସେ କହିଛନ୍ତି, ଆକ୍ରମଣ ସମୟରେ ଶିଖ୍ ସମ୍ପ୍ରଦାୟର ଅନ୍ୟୂନ ୨୦/୨୫ଜଣ ବ୍ୟକ୍ତି ଗୁରୁଦ୍ବାରରେ ଥିଲେ। ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ ଅନୁସାରେ, ଭାରତୀୟ ସମୟ ସକାଳ ୮.୩୦ରେ ଆକ୍ରମଣ ଆରମ୍ଭ ହୋଇଥିଲା। ୩ଜଣ ବ୍ୟକ୍ତି ଗୁରୁଦ୍ବାର ଭିତରୁ ବାହାରି ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଡାକ୍ତରଖାନାକୁ ପଠାଯାଇଛି। ଗୁରୁଦ୍ବାରର ସୁରକ୍ଷାକର୍ମୀ ଗୁଳିଚୋଟରେ ନିହତ ହୋଇଛନ୍ତି। ୩ଜଣ ତାଲିବାନ୍ ସୈନିକ ମଧ୍ୟ ଆହତ ହୋଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts