ନୂଆଦିଲ୍ଲୀ : ଗାଜା ଉପରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଗାଜାର ସାଧାରଣ ଲୋକ ରହୁଥିବା ଇଲାକାରେ ବି ବୋମାମାଡ କରିଛି । ସେହିପରି ଗାଜାରେ ଥିବା ଏକମାତ୍ର ପାଓ୍ବାରପ୍ଲାଣ୍ଟ ଉପରେ ଇସ୍ରାଏଲ ଆକ୍ରମଣ କରିବାରୁ ତାହା ବନ୍ଦ ହୋଇଯାଇଛି।
ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଇସଲାମିକ ଜିହାଦ ପକ୍ଷରୁ ଆକ୍ରମଣ କରିବାକୁ ଯୋଜନା କରାଯାଉଥିଲା । କିନ୍ତୁ ଆଗୁଆ ସେମାନଙ୍କୁ ଆକ୍ରମଣ କରି ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଦିଆଯାଇଛି ।
ଏୟାରଷ୍ଟ୍ରାଇକରେ ୧୫ ଜଣ ମୃତ୍ୟୁବରଣ କରିଛନ୍ତି, ୮୦ ରୁ ଅଧିକ ଆହତ ହୋଇଛନ୍ତି ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟାଇର ଲାପିର କହିଛନ୍ତି ଯେ, ତାଙ୍କ ଦେଶବାସୀଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ । ଶୁକ୍ରବାରଦିନ ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜା ସହର ଉପରେ ଏୟାରଷ୍ଟ୍ରାଇକ ଆରମ୍ଭ କରାଯାଇଥିଲା । ତାହା ସାରାରାତି ଜାରି ରହିଥିଲା । ଇସଲାମିକ ଚରମପନ୍ଥୀଙ୍କ ଠିକଣାଗୁଡ଼ିକୁ ଲକ୍ଷ୍ୟ କରି ଏହି ଏୟାରଷ୍ଟ୍ରାଇକ କରାଯାଇଛି ।
