ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାପରେ ଜଗଦୀପ ଧନକଡ଼ଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନକଡ଼ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶନିବାର ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀ ଜଗଦୀପ ଧନକଡ଼ଙ୍କୁ ବିଜୟୀ ଘୋଷଣା କରାଯାଇଛି। ଏହା ପରେ ପ୍ରଧାନମନ୍ତ୍ରୀ ଜଗଦୀପଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ସେଠାରେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସୂଚନା ଅନୁସାରେ ଜଗଦୀପ ଧନକଡ଼ ମିଳିତ ବିରୋଧି ଦଳର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇଛନ୍ତି। ଧନକଡ଼ଙ୍କୁ ମୋଟ ୫୨୮ଟି ଭୋଟ ମିଳିଥିବା ବେଳେ ମାର୍ଗାରେଟ ଆଲଭା ମାତ୍ର ୧୮୨ ଖଣ୍ଡ ଭୋଟ ପାଇଛନ୍ତି। ଅନ୍ୟପଟେ ଏହି ନିର୍ବାଚନରେ ୧୫ଟି ଭୋଟକୁ ନାକଚ କରାଯାଇଛି।ତେବେ ଆଗାମୀ ୧୦ ତାରିଖରେ ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ର କାର୍ଯ୍ୟକାଳ ଶେଷ ହେଉଛି। ଅଗଷ୍ଟ ୧୧ ତାରିଖରେ ଜଗଦୀପ ଧନକଡ଼ ଭାରତର ଆଗାମୀ ଉପରାଷ୍ଟ୍ରପତି ଭାବେ ଶପଥ ନେଇ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ।

Related Posts