![](https://www.satyapatha.com/wp-content/uploads/2022/08/Screenshot_2022-08-07-09-50-12-49-716x648.png)
ଭୁବନେଶ୍ଵର: ପ୍ରେମ, ବିଶ୍ୱାସ ଓ ପରସ୍ପରର ଉତ୍ତମ ବୁଝାମଣା ମଧ୍ୟରେ ସୃଷ୍ଟି ହୁଏ ଏକ ସଂପର୍କ । ତେବେ ସେ ସଂପର୍କ ରକତ ର ନୁହେଁ ସେ ସଂପର୍କ ନିବିଡ଼ ଭଲ ପାଇବା ଓ ବିଶ୍ଵାସର ସଂପର୍କ । ଯେଉଁଠି ନଥାଏ ଆବିଳତା । ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ଏହି ସମ୍ପର୍କ । ଯିଏ ସୁଖଦୁଃଖରେ ସବୁବେଳେ ପାଖରେ ଥାଏ । ବନ୍ଧୁର ହୃଦୟ କାନ୍ଦିଲେ ମନର କଥା ବୁଝିପାରେ । ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ । ସେ ହେଉଛି ପ୍ରକୃତ ବନ୍ଧୁ ।
ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସେ ସମ୍ପର୍କ ନିଆରା । ରକ୍ତ ସମ୍ପର୍କ ଠାରୁ ବି ବେଶ୍ ଗଭୀର ବନ୍ଧୁତାର ସମ୍ପର୍କ । ତେବେ ଆଜି ଅର୍ଥାତ୍ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର କୁ ବନ୍ଧୁତା ଦିବସ ରୂପେ ପାଳନ କରାଯାଏ ।
ଆଜି ବିଶ୍ୱ ବନ୍ଧୁତା ଦିବସ । ସବୁଠି ଚାଲିଛି ସେଲିବ୍ରେସନ । ଯୁବିପଢ଼ୀ ପୂରା ସେଲିବ୍ରେସନ ମୁଡ୍ ରେ । କିଏ ସାଙ୍ଗକୁ ଚକେଲଟ ଦେଇ ବନ୍ଧୁତା ଦିବସର ଶୁଭେଚ୍ଛା ଜଣାଉଛି ତ ଆଉ କିଏ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ପିନ୍ଧାଇ । ଆଉ କେହି କେହି ରେଷ୍ଟୁରାଣ୍ଟରେ ମନ ପସନ୍ଦର ଖାଇବା ଖାଇ ତ ଆଉ କିଏ ସିନେମା ଦେଖି କରୁଛନ୍ତି ସେଲିବ୍ରେସନ ।
ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ପାରାଗୁୱେରେ ଜୋରସୋରରେ ପାଳିତ ହେଉଥିଲା ଏହି ଦିବସ । ୧୯୫୮ ମସିହା ଜୁଲାଇ ୩୦ରେ ପ୍ରଥମେ ଆନ୍ତର୍ଜାତିକ ବନ୍ଧୁତା ଦିବସ ପାଇଁ ପ୍ରସ୍ତାବ ଦେଇଥିଲା ମିଳିତ ଜାତିସଂଘ । ପରେ ଏହି ଦିନରେ ବନ୍ଧୁମାନଙ୍କୁ ଗ୍ରିଟିଙ୍ଗସ କାର୍ଡ଼ ଦେବାର ଆରମ୍ଭ ହେଲା ପ୍ରଥା । ମିଳିତ ଜାତିସଂଘ ବିଧିବଦ୍ଧ ଭାବେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡ଼େ’ ଭାବେ ଘୋଷଣା କରିଥିଲା । ଆଉ ସେବେଠାରୁ ପାଳିତ ହୋଇଆସୁଛି ବନ୍ଧୁତ୍ୱ ଦିବସ ।
ପୂର୍ବରୁ ବନ୍ଧୁତା ଦିବସ କେବଳ ବିଦେଶରେ ପାଳନ ହେଉଥିଲା । କିନ୍ତୁ ଏହା ଏବେ ଭାରତରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ ହେଉଛି । ଏହି ଦିନରେ ନିଜର ବନ୍ଧୁତ୍ୱ ଜଣାଇବା ପାଇଁ ଜଣେ ଜଣକୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଥାନ୍ତି । ଏଥର କରୋନା କଟକଣା କୋହଳ ଥିବାରୁ ଧୂମଧାମରେ ହେଉଛି ପାଳନ ।