ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଉତ୍‌କ୍ଷେପଣ ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଲା ଭାରତ। ସଫଳତା ଦିଗରେ ଆଉ ପାଦେ ଆଗେଇଲା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)। ମହାକାଶକୁ ସଫଳତାର ସହ ଉତ୍‌କ୍ଷେପଣ କଲା ପ୍ରଥମ ଘରୋଇ ରକେଟ୍ । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ ର ହେଲା ସଫଳ ଉତ୍‌କ୍ଷେପଣ । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଲଞ୍ଚ୍ ପ୍ୟାଡରୁ ଦିନ ୧୧.୩୦ ରେ ଉତ୍‌କ୍ଷେପଣ ହୋଇଛି ‘ବିକ୍ରମ-ଏସ୍’ ।

ସୂଚନାଯୋଗ୍ୟ ଯେ, ଦିଗଙ୍ଗତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାଁରେ ଏହି ରକେଟ୍ ର ନାମକରଣ ହୋଇଛି । ଏହି ସବଅର୍ବିଟାଲ୍ ମିଶନର ନାଁ ରହିଛି ‘ପ୍ରାରମ୍ଭ’ । ଇସ୍ରୋ ସହିତ ଏମଓୟୁ ସ୍ୱାକ୍ଷର କରିବାରେ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ହେଉଛି ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ । ଖୁବ୍ କମ୍ ସମୟ ଭିତରେ ଇସ୍ରୋ ସହାୟତାରେ ବିକ୍ରମ-ଏସ୍ କୁ ନିର୍ମିତ କରାଯାଇପାରିଛି ବୋଲି କମ୍ପାନୀର ସିଇଓ ପଓ୍ୱନ କୁମାର ଚନ୍ଦ୍ର କହିଛନ୍ତି ।

ତେବେ ଇସ୍ରୋର ଭିତ୍ତିଭୂମିକୁ ପାଥେୟ କରି ଏହା ସମ୍ଭବ ହୋଇପାରୁଥିବା ସେ କହିଛନ୍ତି । ଲଞ୍ଚ୍ ଭେହିକଲ୍ ଛଡା ସ୍କାଏରୁଟ୍ ‘ଧଓ୍ୱନ-ଆଇ’ ନାମକ ଏକ କ୍ରିଓଜେନିକ୍ ଇଞ୍ଜିନ ମଧ୍ୟ ପ୍ରସ୍ତୁତ କରିଛି ସ୍କାଏରୁଟ୍ । ଯାହାକୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତୀଶ ଧଓ୍ୱନଙ୍କ ନାମରେ ନାମିତ କରାଯାଇଛି । ‘ଧଓ୍ୱନ-ଆଇ’ ଉଭୟ ଏଲ୍ଏନଜି ଓ ଲିକ୍ୱିଡ୍ ଅକ୍ସିଜେନରେ ଗତି କରିବ । ପଓ୍ୱନ କୁମାର ଚନ୍ଦନା ସ୍କାଏରୁଟ୍ ଏରୋସ୍ପେସ୍ କମ୍ପାନୀର ସିଇଓ ଏବଂ ନାଗା ଭାରତ ଡାକା ସିଓଓ ।

Related Posts