୨୦ ହଜାର ଭିଆଇପିଙ୍କ ପାଇଁ ବାର୍ଷିକ ୧୨ ହଜାର କୋଟି ଟଙ୍କା ହେଉଛି ଖର୍ଚ୍ଚ

ନୂଆଦିଲ୍ଲୀ: ଦେଶରେ ଭିଆଇପିଙ୍କ ସୁରକ୍ଷା ଖର୍ଚ୍ଚ ଏବେ ବଢ଼ିବାକୁ ଲାଗୁଛି । ଦେଶରେ ୨୦ ହଜାରରୁ ଅଧିକ ବିଶିଷ୍ଟ ଓ ଅତି ବିଶିଷ୍ଟ ନାଗରିକଙ୍କ ସୁରକ୍ଷା ଲାଗି ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷାରୁ ନେଇ ଜେଡ୍ ପ୍ଲସ୍, ଜେଡ୍, ୱାଇପ୍ଲସ୍, ୱାଇ ଓ ଏକ୍ସ କ୍ୟାଟଗରୀର ସୁରକ୍ଷା ଯୋଗାଇ ଦିଆଯାଇଛି। ଏହା ବାଦେ କେନ୍ଦ୍ର ଓ ରାଜ୍ୟରେ ଏକ ବା ଦୁଇ ସୁରକ୍ଷା କର୍ମୀଙ୍କୁ ସାଙ୍ଗରେ ନେଇ ଯାଉଥିବା ଭିଆଇପିଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ।

ଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ ଅଧିକାରୀଙ୍କ ଅନୁସାରେ ବାର୍ଷିକ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚରେ ୨୦ ହଜାର ଭିଆଇପି ସୁରକ୍ଷିତ ରହି ପାରୁଛନ୍ତି। ସେମାନଙ୍କ ସୁରକ୍ଷାରେ ୬୦ ହଜାରରୁ ଅଧିକ ଜବାନ ମୁତୟନ ହୋଇଥିବା ବେଳେ ୩୦ ହାଜରରୁ ଅଧିକ ବାହନ ରହିଛନ୍ତି। ଏହି ୧୨ ହଜାର କୋଟି ଟଙ୍କାରେ କେବଳ ସୁରକ୍ଷା କର୍ମୀଙ୍କ ବେତନ ଓ ବାହନଙ୍କ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ ହେଉଛି। ଏହା ବାଦେ ସେମାନଙ୍କ ଖାଦ୍ୟ ପେୟ, ଅବସ୍ଥାନ, ଟ୍ରାଭେଲିଂ, ରିସ୍କ ଆଲାଉନ୍ସ ଓ ଅନ୍ୟ ବ୍ୟୟ ବି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ଏହି ବ୍ୟୟ ବହନ କରନ୍ତି।

ପଞ୍ଜାବ ସରକାର ଶନିବାର ରାଜ୍ୟରେ ୪୨୪ ଜଣଙ୍କୁ ଦିଆଯାଇଥିବା ସୁରକ୍ଷା ଫେରାଇ ନେଇଛନ୍ତି। ଏହି ଭିଆଇପିଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାରଙ୍କୁ ବିପୁଳ ବ୍ୟୟ ବହନ କରିବାକୁ ପଡୁଥିଲା। ଏହା ପୂର୍ବରୁ ମଧ୍ୟ ଭଗୱନ୍ତ ମାନ ସରକାର ଅନେକ ବିଧାୟକ, ପୂର୍ବତନ ବିଧାୟକ ଓ ଅନ୍ୟ ନେତାଙ୍କ ସୁରକ୍ଷାରେ ମୁତୟନ ପୋଲିସ କର୍ମଚାରୀଙ୍କୁ ଫେରାଇ ନେଇଥିଲେ। ଯେଉଁ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା ସେମାନଙ୍କ ମଧ୍ୟରେ ଅନେକ ରିଟାୟାର୍ଡ ପୋଲିସ ଅଧିକାରୀ ମଧ୍ୟ ଥିଲେ। ଏପରିକି ଡେରା ଓ ଧାର୍ମିକ ନେତାଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରାଯାଇଥିଲା।

Related Posts