ଭାବମୂର୍ତ୍ତି ପାଇଁ ଅନ୍ୟ ଦେଶକୁ ଟୀକା ରପ୍ତାନୀ କରିବା ସରକାରଙ୍କ ଗୁରୁତର ଅପରାଧ : ମନୀଷ ଶିଶୋଦିଆ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ ରବିବାର ଦିନ କରୋନା ଟିକା ରପ୍ତାନି କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଦେଶରେ ପ୍ରଥମେ ଏହି ଟିକା ଦିଆଯାଇଥାନ୍ତା ତେବେ ଭାରତରେ ବହୁ ସଂଖ୍ୟକ ଲୋକ ବଞ୍ଚି ଯାଇଥାନ୍ତେ। ସେ ଏକ ଅନଲାଇନ୍ ବୈଠକରେ କହିଛନ୍ତି, “କେନ୍ଦ୍ର ସରକାର ଭାବମୂର୍ତ୍ତି ପାଇଁ ଅନ୍ୟ ଦେଶକୁ ଟୀକା ରପ୍ତାନୀ କରିବା ଏକ ଗୁରୁତର ଅପରାଧ। ଏକ ଖବରକାଗଜ ରିପୋର୍ଟକୁ ଦର୍ଶାଇ ଶିଶୋଦିଆ କହିଛନ୍ତି ଯେ କେନ୍ଦ୍ର 93 ଟି ଦେଶକୁ କରୋନା ଟିକା ରପ୍ତାନୀ କରିଛି ଯେଉଁଥିରୁ 60 ପ୍ରତିଶତ ସ୍ଥାନରେ କରୋନା ନିୟନ୍ତ୍ରଣରେ ଅଛି ଏବଂ ଯେଉଁଠାରେ ଏହି ଭାଇରସ୍ ଯୋଗୁଁ ମୃତ୍ୟୁ ହେବାର ଆଶଙ୍କା ନାହିଁ। ମହାମାରୀର ଦ୍ୱିତୀୟ ଲହରରେ ଦେଶର ବହୁ ସଂଖ୍ୟକ ଯୁବକ କରୋନାରେ ମୃତ୍ୟୁବରଣ କରୁଛନ୍ତି , ଯଦି ଟିକା ରପ୍ତାନି କରିବା ପରିବର୍ତ୍ତେ ସେମାନଙ୍କୁ ଟିକା ଦିଆଯାଇଥାନ୍ତା ତେବେ ସେମାନଙ୍କ ଜୀବନ ବଞ୍ଚିଯାଇଥାନ୍ତା।” ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ସୁନିଶ୍ଚିତ ହେବା ଉଚିତ ଯେ ଦେଶରେ ଉତ୍ପାଦିତ ଟିକା ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟମାନଙ୍କୁ ଦିଆଯାଉଛି। ସେ କହିଛନ୍ତି ଯଦି ଦିଲ୍ଲୀରେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ହୁଏ ତେବେ ତିନି ମାସ ମଧ୍ୟରେ ତାଙ୍କ ସରକାର ସମସ୍ତଙ୍କୁ ଟୀକାକରଣ କରିପାରିବେ।

Related Posts