ସିସିଟିଭି ଫୁଟେଜରୁ ସ୍ପଷ୍ଟ, ଜଗଦ୍ଦେବ ଭଙ୍ଗିନାହାନ୍ତି EVM

ଭୁବନେଶ୍ୱର,୨୮/୫(ସତ୍ୟପାଠ ବ୍ୟୁରୋ):   EVM ଭାଙ୍ଗିବା ଅଭିଯୋଗ ମାମଲାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ପ୍ରଶାନ୍ତ ଜଗଦ୍ଦେବ କାଉଁରିପାଟଣା ବୁଥରେ ଭୋଟ ଦେଉଥିବା ବେଳର ସିସିଟିଭି ଫୁଟେଜ ଆସିଛି । ଏହି ଫୁଟେଜକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଫୁଟେଜରେ ସ୍ପଷ୍ଟ ଭାବେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦେଖାଯାଉଛନ୍ତି ।

ହେଲେ ଇଭିଏମ ଭାଙ୍ଗିବା ନେଇ ଏହି ସିସିଟିଭି ଫୁଟେଜରେ କୌଣସି ସ୍ପଷ୍ଟ ଦୃଶ୍ୟ ନାହିଁ । ଯେତେବେଳେ ଇଭିଏମ ଭାଙ୍ଗିବା ଶବ୍ଦ ଶୁଣାଯାଉଛି ସେତେ ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୂରରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ସ୍ଥାନୀୟ ଲୋକେ ମଧ୍ୟ ବିଧାୟକ କୌଣସି ଇଭିଏମ ଭଙ୍ଗାରୁଜା କରିନଥିବା ଗଣମାଧ୍ୟମରେ ବୟାନ ଦେଇଥିଲେ ।

ଗତ ୨୫ ତାରିଖରେ ମତଦାନ ବେଳେ ବେଗୁନିଆ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗିବା ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ।

ଅନ୍ୟପଟେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ଏସ୍‌ପି ନିଜର ପ୍ରତିକ୍ରିୟା ରଖିଛନ୍ତି । ସିସିଟିଭି ଫୁଟେଜ ହସ୍ତଗତ ହୋଇନଥିବା କହିଥିଲେ ଏସପି । ସେ କହିଛନ୍ତି ‘ଫୁଟେଜ୍‌ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରାଯାଇଛି । ସାଂସଦ ଅପରାଜିତାଙ୍କ ଭିଡ଼ିଓ ହସ୍ତଗତ ସମ୍ପର୍କରେ ଜାଣିନାହିଁ । ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କ ସମ୍ପର୍କରେ ଅଭିଯୋଗର ତଦନ୍ତ ହେବ । ଘଟଣାରେ ଡ୍ରାଇଭର ସାକ୍ଷୀ ନଥିବାରୁ ଖୋର୍ଦ୍ଧା ପୋଲିସ ପଚରାଉଚରା କରିନି ।’

Related Posts