ଆମ ଘର କଳିରେ ବାହାର ଲୋକ ଘିଅ ଢାଳିବା ଠିକ ନୁହେଁ: କୁନା ତ୍ରିପାଠୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଲିଉଡରେ ତେଜୁଛି ବ୍ୟାନ୍ କଳି। ସେପଟେ ଏହି ବିବାଦରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଏଣ୍ଟ୍ରି ପରେ ଏନେଇ ମୁହଁ ଖୋଲୁଛନ୍ତି ଜଣେ ପରେ ଜଣେ କଳାକାର। ଏହି କ୍ରମରେ ପ୍ରତିକ୍ରିୟା ରଖି କଳାକାରଙ୍କ ବିବାଦରେ ରାଜନୀତି ନହେବା ନେଇ କହିଛନ୍ତି ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ।

ସେ କହିଛନ୍ତି ଯେ, ନରସିଂହଙ୍କ ତୁଣ୍ଡରୁ ଏଭଳି କଥା ଭଲ ଶୁଭିଲାନି । ସେ ଜଣେ ବରିଷ୍ଠ ଓ ଅଭିଜ୍ଞ ରାଜନେତା । ଏଭଳି ଏକ ଛୋଟିଆ କଥାରେ କ’ଣ ରାଜ୍ୟ ଭାଗ ହୁଏ କି ? ଏହା ଆମ ଘର କଥା, ଆମେ ଏସବୁ ବସି ସମାଧାନ କରିବୁ । ପରିବାର କଥା ବାହାରକୁ ଯିବା ଆବଶ୍ୟକ ନାହିଁ। ଆମ ଘର କଥାରେ ବାହାର ଲୋକ ଘିଅ ଢାଳିବା ଠିକ ନୁହେଁ । ଆମ ଘର କଥା ରାଜନୈତିକ ହସ୍ତକ୍ଷେପ ଆଦୌ ଆବଶ୍ୟକ ନାହିଁ । ମୁଁ ଉଭୟ ପକ୍ଷଙ୍କୁ ଡାକୁଛି, ଆସନ୍ତୁ, ବସି କଥା ହେବା, ଆଲୋଚନା ମାଧ୍ୟମରେ ସମାଧାନ କରିବା । ପଶ୍ଚିମ ଓଡ଼ିଶାର ବହୁ କଳାକାର ଏଠି କାମ କରିଛନ୍ତି । ରାଜ୍ୟ ପାଇଁ ବହୁ ସମ୍ମାନ ଆଣିଛନ୍ତି । ସମସ୍ୟା ହୋଇଛି, ଘର ଭିତରେ ହିଁ ଏହାର ସମାଧାନ ହେବ । ଏଭଳି କହି ମଧ୍ୟସ୍ତତା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ।

Related Posts