ଆମ ପରିବାର କଥା ଆପୋଷ ସମାଧାନ କରିବୁ, ରାଜନେତା ମାନେ ମୁଣ୍ଡ ପୁରାନ୍ତୁ ନାହିଁ: ଶ୍ରୀତମ ଦାସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିବା ସହ କହିଛନ୍ତି, ଯଦି ବାସନ୍ଦ ନ ଉଠିବ ତେବେ ଓଡ଼ିଶା ଭାଗ ଭାଗ ହୋଇଯିବ । ପ୍ରଯୋଜକମାନେ ଏଭଳି ନିଷ୍ପତି ପ୍ରତ୍ୟାହାର କରି ମନୋଜଙ୍କୁ ଉଚିତ୍ ସମ୍ମାନ ଦେଇ ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେପଟେ ନରସିଂହଙ୍କ ଏଭଳି ବୟାନ ପରେ ମୁହଁ ଖୋଲିଛନ୍ତି ଅଭିନେତା ଶ୍ରୀତମ ଦାସ ।

ଶ୍ରୀତମ କହିଛନ୍ତି, ମନୋଜ ପଶ୍ଚିମ ଓଡିଶାରୁ ଆସି ଏଠି ନମ୍ବର ୱାନ କଳାକାର ହୋଇଛନ୍ତି, ବହୁ ବଡ ବଡ଼ ଜାଗାରେ ଅଛନ୍ତି । ସେମାନେ ସମସ୍ତେ ଓଡିଶାର ସୁପୁତ୍ର । ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି । ଆମ ପରିବାର ଭିତର କଥା ବାହାରକୁ ପଳେଇ ଆସିଛି ତାହା ବଡ଼ ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ ପୁଣି ଆମେ ମିଳିମିଶି କାମ କରିବୁ । ଏହାକୁ ନେଇ ରାଜନୀତି ହେବା କଥା ନୁହେଁ । ଗଣମାଧ୍ୟମ ଆଗରେ ସମସ୍ତ ରାଜନେତାଙ୍କୁ ଅନୁରୋଧ କରିବି ଏହା ଭିତରେ କେହି ମୁଣ୍ଡ ପୁରାନ୍ତୁ ନାହିଁ, କାରଣ ଆମ ପରିବାର କଥା ଆମେ ଆପୋଷ ଭାବେ ସମାଧାନ କରିବୁ । ଆମେମାନେ ବସି ସମାଧାନ କରିବୁ ବୋଲି କହିଛନ୍ତି ଶ୍ରୀତମ ।

Related Posts