କୌଣସି ରାଜନୈତିକ ଦଳ ଗଠନ ନୁହଁ ବରଂ ଏକ ପଦଯାତ୍ରା କରିବାକୁ ଚାହୁଁଛି: ପ୍ରଶାନ୍ତ କିଶୋର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଛି ଦିନ ଧରି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏକ ରାଜନୈତିକ ଦଳ ଗଠନ କରିବେ ବୋଲି କଳ୍ପନାଜଳ୍ପନା ଚାଲିଛି । ସେପଟେ ପ୍ରଶାନ୍ତ କିଶୋର ନିକଟରେ କହିଛନ୍ତି ଯେ ସେ କୌଣସି ରାଜନୈତିକ ଦଳ ଗଠନ କରିବାକୁ ଯାଉନାହାଁନ୍ତି କିନ୍ତୁ ସେ ଅକ୍ଟୋବର ୨ ତାରିଖରୁ ପଶ୍ଚିମ ଚମ୍ପାରନରୁ ଏକ ପଦଯାତ୍ରା କରିବେ । ଯାହା ମାଧ୍ୟମରେ ମୁଁ ଲୋକଙ୍କ ସହିତ ସଂଯୋଗ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ।

ଅନ୍ୟପଟେ ଆପଣ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ନେତୃତ୍ୱରୁ ହଟାଇ ପ୍ରିୟଙ୍କା ଗାନ୍ଧୀଙ୍କୁ ଆଣିବାକୁ ଚାହୁଁଛନ୍ତି କି? ବୋଲି ପଚରାଯିବାରୁ ପ୍ରଶାନ୍ତ ଏପରି କହିବା ଭୁଲ ବୋଲି କହିଥିଲେ । ସେପଟେ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ସୂଚାଇ କହିଛନ୍ତି ଯେ ତାଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି, ଏହି ଆଲୋଚନାରେ ନେତୃତ୍ୱ ବିଷୟରେ କିଛି ଆଲୋଚନା କରାଯାଇ ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts