ଅଜିତ ପାୱାରଙ୍କ ସହ ମିଶି ସରକାର ଗଠନ କରିବା ବଡ ଭୁଲ ନିଷ୍ପତି ଥିଲା: ଫଡନାଭିସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମହାରାଷ୍ଟ୍ରର ପୂର୍ବତନ ମୂଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ୨୦୧୯ ମସିହାରେ ଅଜିତ ପାୱାରଙ୍କ ସହ ପ୍ରାୟ ତିନି ଦିନ ସରକାର ଗଠନ କରିବା ଏକ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ଫଡନାଭିସ୍ କହିଛନ୍ତି । ଏପରି କହି ପୂର୍ବତନ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଫଡନାଭିସ୍ ଆହୁରି ମଧ୍ୟ କହିଛନ୍ତି, ସେ ଏପରି କହି ଦୁଃଖିତ ନୁହନ୍ତି । ଏହା ସହ ରାଜନୀତିରେ ଜୀବିତ ରହିବା ପାଇଁ ହେଲେ ଯାହା ଆବଶ୍ୟକ ତାହା କରିବା ପାଇଁ ପଡିଥାଏ ବୋଲି ଫଡନାଭିସ୍ କହିଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରରେ ବର୍ତ୍ତମାନ ହୋଇଥିବା ବିଧାନସଭା ନିର୍ବାଚନରେ ଏନସିପି, ଶିବସେନା ଓ କଂଗ୍ରେସ ପାର୍ଟି ମିଳିତ ଭାବରେ ସରକାର ଗଠନ କରିଛନ୍ତି । ଏହା ପୂର୍ବରୁ ୨୦୧୯ ମସିହା ନଭେମ୍ବର ୨୩ ତାରିଖରେ ରାଜ୍ୟରେ ଅଣ-ବିଜେପି ସରକାର ଗଠନ ପାଇଁ ହେକ୍ଟର ପାର୍ଲେ ମଧ୍ୟରେ ରାଜଭବନରେ ଏକ ସମାରୋହରେ ଫଡନାଭିସ୍ ଏବଂ ପାୱାର ଶପଥ ଗ୍ରହଣ କରିଥିଲେ। ଯଦିଓ ଅଜିତ ପାୱାରଙ୍କ ସହ ସରକାର ଗଠନ କରିବା ଏକ ଭୁଲ ନିଷ୍ପତ୍ତି ଥିଲା କିନ୍ତୁ ସବୁଠାରୁ ରୋଚକ କଥାଟି ହେଉଛି ଯେତେବେଳେ ତୁମେ ପିଠିରେ ଛୁରାମାଡ଼ କରିବ, ସେତେବେଳେ ତୁମେ ରାଜନୀତିରେ ବଞ୍ଚି ରହିବାକୁ ପଡିବ ବୋଲି ଫଡନାଭିସ୍ କହିଛନ୍ତି । ଏହା ସହ ରାଜନୀତିରେ ଜୀବନ୍ତ ରହିବାକୁ ହେଲେ ଯାହା କରିବାକୁ ପଡ଼ିବ ତାହା ତମକୁ କରିବାକୁ ହେବ । ତେଣୁ ଯେତେବେଳେ ତୁମ ପିଠିରେ କିଏ ଯଦି ଛୁରୀ ମାରେ ତାହାଲେ ତୁମକୁ ସେହି ସମୟରେ ଉଚିତ୍ ପ୍ରତିକ୍ରିୟା ଦେବାକୁ ପଡ଼ିବ ବୋଲି ଫଡନାଭିସ୍ ସ୍ପଷ୍ଟ କରିଛନ୍ତି । କେବଳ ଏତିକିରେ ଫଡନାଭିସ୍ ଚୁପ୍ ନ ରହି ଆହୁରି ମଧ୍ୟ କହିଛନ୍ତି । ଯେତେବେଳେ ଏକ ସୁଯୋଗ ଆସିଥିଲା ସେତେବେଳେ ଆମେ ଏହାକୁ ଜବରଦଖଲ କରିଥିଲୁ। କିନ୍ତୁ ସେତେବେଳେ ଆମେ ଯାହା କରିଥିଲୁ ତାହା ଆମ ସମର୍ଥକ ଏବଂ ବିଜେପି ସମର୍ଥକମାନେ ଆଦୌ ପସନ୍ଦ କରିନଥିଲେ । ଅପରିପକ୍ଷେ ଫଡନାଭିସଙ୍କ ଏପରି କରିବା ଦ୍ୱାରା ତାଙ୍କ ସମର୍ଥକଙ୍କ ମଧ୍ୟରେ ତାଙ୍କର ଭାବମୂର୍ତ୍ତି ବହୁ ପରିମାଣରେ ଖରାପ ହୋଇଯାଇଥିଲା। ଅନ୍ୟପଟେ
ଅଜିତ ପାୱାରଙ୍କ ସହ ସରକାର ଗଠନ କରିବା ପାଇଁ ଚେଷ୍ଟା କରି ନଥିଲେ ହିଁ ଭଲ ହୋଇଥାନ୍ତା ବୋଲି ଫଡନାଭିସ୍ କହିଛନ୍ତି । ଯଦି ଆମେ ସେହି ସମୟକୁ ଦେଖିବା ତାହାଲେ ଏହା ଗୋଟେ ପ୍ରକାର ଠିକ୍ ନିଷ୍ପତ୍ତି ରହିଥିଲା ବୋଲି ଫଡନାଭିସ୍ ଏକ ମରାଠୀ ପତ୍ରିକାର ସମ୍ପାଦକ ସହ ବାର୍ତ୍ତାଳାପ କରୁଥିବା ସମୟରେ କହିଥିଲେ ।

Related Posts