
ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଚାଲିଛି ଭାରତ ଯୋଡ଼ ଯାତ୍ର। ତେବେ କଂଗ୍ରେସରେ ଏହି ଯାତ୍ରାକୁ ନେଇ ତେରେଛା ବାଣ ମାରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର | ଏହି ଯାତ୍ରା ଗୁଜୁରାଟ କିମ୍ବା ଅନ୍ୟ କୌଣସି ବିଜେପି ଶାସିତ ରାଜ୍ୟରୁ ଆରମ୍ଭ ହୋଇଥିଲେ ଭଲ ହୋଇଥାନ୍ତା । ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ଏହା କହିଛନ୍ତି। ପିକେ ସ୍ଥାନୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ବିଦର୍ଭ ରାଜ୍ୟ ଦାବି କରିଥିଲେ। ଯେତେବେଳେ କଂଗ୍ରେସର ଭାରତ ଯୋଡ ଯାତ୍ରା ବିଷୟରେ ତାଙ୍କୁ ପଚରାଯାଇଥିଲା, ସେତେବେଳେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଚଳିତବର୍ଷ ଶେଷ ଆଡକୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏଠାରୁ କିମ୍ବା ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ କିମ୍ବା ମଧ୍ୟପ୍ରଦେଶରୁ ଯାତ୍ରା ଆରମ୍ଭ କରିଥିଲେ ଭଲ ହୋଇଥାନ୍ତା।
ସୂଚନା ଥାଉ କି ଯେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ତାମିଲନାଡୁରୁ ଏହି ଯାତ୍ରା ଆରମ୍ଭ ହୋଇଛି, ଯାହା କଶ୍ମୀରରେ ଶେଷ ହେବ। ଉଲ୍ଲେଖ ଥାଉ କି ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ବିଷୟରେ ଆଲୋଚନା ହୋଇଥିଲା। ତେବେ କଂଗ୍ରେସ ପିକେଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା।
ଉଲ୍ଲେଖ ଥାଉ କି ବିଜେପିର ପୂର୍ବତନ ବିଧାୟକ ଆଶିଷ ଦେଶମୁଖଙ୍କ ପକ୍ଷରୁ ଅଲଗା ବିଦର୍ଭ ରାଜ୍ୟ କରିବାକୁ ଆୟୋଜିତ ହୋଇଥିବା ଏକ ବୈଠକରେ ପିକେ ଯୋଗ ଦେଇଥିଲେ |