ଐତିହାସିକ ତଥ୍ୟକୁ ସଠିକ ଦୃଷ୍ଟିକୋଣରେ ରଖିବାର ସମୟ ଆସିଯାଇଛି: ଆରଏସଏସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶୀ ବିଶ୍ୱନାଥ ମନ୍ଦିର-ଜ୍ଞାନବ୍ୟାପି ମସଜିଦକୁ ନେଇ ସାରା ଦେଶରେ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ରାଷ୍ଟ୍ରୀୟ ସଂୟସେବକ ସଂଘ ଏହି ବିବାଦ ମଧ୍ୟରେ ବଡ଼ ବୟାନ ଦେଇଛି । ତେବେ କତଥ୍ୟ ବାହାରକୁ ଆସିବାକୁ ଦିଆଯାଉ। ସତ୍ୟକୁ ଅଧିକ ସମୟ ପର‌୍ୟ୍ୟନ୍ତ ଲୁଚାଯାଇପାରିବ ନାହିଁ । ସେପଟେ ଆରଏସଏସର ଅଖିଳ ଭାରର୍ତୀୟ ପ୍ରଚାର ପ୍ରମୂଖ, ସୁନୀଲ ଆମ୍ବେକର ଏହି ବିଷୟରେ ଆଲୋଚନା କରିଥିଲେ। ସେ କହିଛନ୍ତି କିଛି ତଥ୍ୟ ଅଛି ଯାହା ସାମ୍ନାକୁ ଆସୁଛି। ମୁଁ ବିଶ୍ୱାସ କରେ ଯେ ତଥ୍ୟଗୁଡିକ ବାହାରକୁ ଆସିବାକୁ ଦିଆଯିବା ଉଚିତ୍ ।

କୌଣସି ପରିସ୍ଥିତି ହେଉ ନା କାହିିଁକି ସତ୍ୟ ବାହାରକୁ ଆସିବ । ଆପଣ କେତେ ସମୟ ପର‌୍ୟ୍ୟନ୍ତ ସତ୍ୟକୁ ଲୁଚାଇବେ? ମୋର ବିଶ୍ୱାସ ଯେ ଐତିହାସିକ ତଥ୍ୟଗୁଡିକ ସମାଜକୁ ସଠିକ୍ ଦୃଷ୍ଟିକୋଣରେ ଆସିବା ଉଚିତ୍ ବୋଲି କହିଛନ୍ତି । ଅନ୍ୟପଟେ ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ସଞ୍ଜୀବ ବାଲାନ କହିଛନ୍ତି ଯେ ମସଜିଦରୁ ମିଳିଥିବା ଶିବଲିଙ୍ଗ ବିଷୟରେ ଜାଣିବା ପରେ ସେ ଭାବପ୍ରବଣ ହୋଇଥିଲେ। ଯେତେବେଳେ ଏହି ଘଟଣା ଚାଲିଥିଲା ସେତେବେଳେ ସେ ବାରାଣାସୀରେ ଥିଲେ । ବାଲିଆନଙ୍କ କହିବାନୁସାରେ, ଯେତେବେଳେ ଜଣେ ସାମ୍ବାଦିକ ତାଙ୍କୁ କହିଥିଲେ ଯେ ନନ୍ଦୀ ଅନେକ ଶତାବ୍ଦୀ ଧରି ଶିବଙ୍କୁ ଅପେକ୍ଷା କରି ରହିଥିଲେ, ସେତେବେଳେ ତାଙ୍କ ଆଖି ଲୁହରେ ଭରିଯାଇଥିଲା ।

Related Posts