ଠକ୍‌ ସୁକେଶ ଚନ୍ଦ୍ରଶେଖର ମାମଲାରେ ପୁଣି ଥରେ ଜେରାର ସମ୍ମୁଖୀନ ହେଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ନୂଆଦିଲ୍ଲୀ : ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜେରା । ଜେଲରେ ଥିବା ଠକ୍‌ ସୁକେଶ ଚନ୍ଦ୍ରଶେଖର ମାମଲାରେ ପୁଣି ଥରେ ଜେରାର ସମ୍ମୁଖୀନ ହେଉଛନ୍ତି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ତାଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ମନି ଲଣ୍ଡରିଂ ମାମଲାରେ ପୁଣି ଥରେ ଜେରା କରିଛି। ଏହା ପୂର୍ବରୁ ମଧ୍ୟ ଜ୍ୟାକଲିନଙ୍କୁ ଅନେକ ପ୍ରଶ୍ନ କରାଯାଇଛି।

ରିପୋର୍ଟ ଅନୁଯାୟୀ, ସୁକେଶଙ୍କର କିଛି ଆକାଉଣ୍ଟ ବିଷୟରେ ଅଭିନେତ୍ରୀ ଅବଗତ ଥିଲେ। ସେ ସୁକେଶଙ୍କ ସହ ସମ୍ପର୍କ ରଖିଛନ୍ତି। ହେଲେ ସେ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି । ଇଡି ଏହାର ଚାର୍ଜସିଟରେ ଅନେକ ବଡ ଖୁଲାସା କରିଥିଲା । ଚାର୍ଜସିଟ୍ ଅନୁଯାୟୀ, ସୁକେଶ ଜ୍ୟାକଲିନଙ୍କୁ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଥିଲେ।ଏପ୍ରିଲରେ, ଅନୁସନ୍ଧାନକାରୀ ଟିମ୍‌ ଜ୍ୟାକଲିନଙ୍କ ସମ୍ପତ୍ତି ୭.୨୭ କୋଟି ଟଙ୍କା ମୂଲ୍ୟର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ସଂଲଗ୍ନ କରିଥିଲା ​​।

ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ଉପରେ ବର୍ତ୍ତମାନର ଇଡିର ମାମଲା ରହିଛି। ଲୋକଙ୍କୁ ଠକିବା ପାଇଁ ନକଲି ଫୋନ୍ ନମ୍ବର ବ୍ୟବହାର କରୁଥିଲେ । ଏକ ଠକେଇ ମାମଲାରେ ଅଭିଯୋଗ ହେତୁ ସୁକେଶ ଏବଂ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌ଙ୍କୁ ସେପ୍ଟେମ୍ବର ୨୦୨୧ ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଏବେ ଉଭୟ ଜେଲ୍ ରେ ଅଛନ୍ତି । ତାଙ୍କୁ ନେଇ କୋର୍ଟ ରେ ମାମଲାର ଶୁଣାଣୀ ଚାଲୁ ରହିଛି ।

Related Posts