
ପୁରୀ: ସୂର୍ଯ୍ୟପରାଗ ଅବସରରେ ହେତୁବାଦୀଙ୍କ ପକ୍ଷରୁ ଚିକେନ ବିରିୟାନୀ ବଣ୍ଟନ କରଯାଇଥିଲା। ତେବେ ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଏହି ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।
ଘଟଣାରେ ପ୍ରତିକ୍ରିୟା ରଖି ଶଙ୍କରାଚାର୍ଯ୍ୟ କହିଛନ୍ତି ଯେଉଁ ହେତୁବାଦି ସମାଜ ଏହି କାର୍ଯ୍ୟ କରିଛନ୍ତି ସେମାନଙ୍କର ଧର୍ମ ଜ୍ଞାନ ନାହିଁ । ହେତୁବାଦୀଙ୍କୁ ମୂର୍ଖ ବୋଲି ବିବେଚନା କଲେ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ।
ଆହୁରି ମଧ୍ୟ ସେ କହିଛନ୍ତି ସେମାନେ ବିରିୟାନୀ ଖାଇଲେ କ’ଣ ହେବ? ଦିନ ଆସିବ ବିରିୟାନୀ ତାଙ୍କୁ ଖାଇବ ।
ସୂଚନାଥାଉକି, ଗତ ସୋମବାର ସୂର୍ଯ୍ୟପରାଗ ଦିନ ହେତୁବାଦୀ ସଂଗଠନ ତରଫରୁ ସବୁଠି ବିରିୟାନୀ ବଣ୍ଟନ କରାଯାଇଥିଲା । ଧର୍ମୀୟ ଭାବନା ସହ ବିଜ୍ଞାନକୁ ଭୁଲ ଦର୍ଶାଇ ନିଜେ ମଧ୍ୟ ବିରିୟାନୀ ଖାଇଥିଲେ । ଏପରିକି ସଂଗଠନ ତରଫରୁ ସଦସ୍ୟମାନେ ନିଜେ ମଧ୍ୟ ଖାଇଥିଲେ । ଯାହାକୁ ନେଇ ଅନେକ ତର୍କ ବିତର୍କ ହୋଇଥିଲା ।