ରାଜ୍ୟପାଳ ପଦରୁ ହଟିଲେ ଜଗଦୀପ ଧନକଡଙ୍କୁ ପ୍ରେସିଡେନସି ଜେଲରେ ରଖାଯିବ ଯେଉଁଠି ଟିଏମସି ନେତା ଅଛନ୍ତି : ସାଂସଦ କଲ୍ୟାଣ ବାନାର୍ଜୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକଡ ଏବଂ ଶାସକ ଟିଏମସି ମଧ୍ୟରେ ଦିନକୁ ଦିନ ତିକ୍ତତା ଵୃଦ୍ଧି ପାଉଛି। ଆଜି ରାଜ୍ୟପାଳ ଧନକଡଙ୍କୁ କଡା ସମାଲୋଚନା କରିଛନ୍ତି ‘ତୃଣମୂଳ କଂଗ୍ରେସ’ ସାଂସଦ କଲ୍ୟାଣ ବାନାର୍ଜୀ । ପଶ୍ଚିମବଙ୍ଗର ହୁଗୁଳି ଠାରେ ନାରଦା ଷ୍ଟିଙ୍ଗ୍ ଅପରେସନ ମାମଲାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାନାର୍ଜୀ କହିଛନ୍ତି , ଧନକଡ଼ଙ୍କ ପଦରୁ ହଟିବା ପରେ ତାଙ୍କୁ ଜେଲ ପଠାହେବ। ଟିଏମସି ନେତା କହିଛନ୍ତି ଯେ, “ଆମେ ଜାଣିଛୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିପାରିବୁ ନାହିଁ ସେଥିପାଇଁ ଆମେ ଲୋକଙ୍କୁ ଅନୁରୋଧ କରୁଛୁ କି ଯେଉଁଠାରେ ରାଜ୍ୟପାଳ ଧର୍ମବିଦ୍ବେଷ ସୃଷ୍ଟି କରି ହିଂସାକୁ ଉସକାଇଛନ୍ତି, ସେମାନେ ନିଜ ନିଜ ଅଞ୍ଚଳର ଥାନାମାନଙ୍କରେ ଅଭିଯୋଗ ଦାଖଲ କରନ୍ତୁ। ରାଜ୍ୟପାଳ ଅବସର ଗ୍ରହଣ କରିବା ପରେ ତାଙ୍କ ବିରୋଧରେ ମୋକଦମା ଆରମ୍ଭ ହୋଇପାରିବ। ଏବଂ ରାଜ୍ୟପଳ ପଦବୀରୁ ହଟିବା ପରେ ଜଗଦୀପ ଧନକଡଙ୍କୁ ସେହି ପ୍ରେସିଡେନସି ଜେଲରେ ରଖାଯିବ ଯେଉଁଠାରେ ନାରଦା କେସ ମାମଲାରେ ଟିଏମସି ନେତା ମାନଙ୍କୁ ରଖାଯାଇଛି ।” କଲ୍ୟାଣ ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୪ ନିର୍ବାଚନ ବେଳକୁ ରାଜ୍ଯପାଳ ଜଗଦୀପ ଧନକଡଙ୍କ ସମେତ ବିଜେପିର ଅନେକ ନେତା ଜେଲରେ ଥିବେ । ଟିଏମସି ସାଂସଦଙ୍କ ଏଭଳି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜଗଦୀପ ଧନକଡ଼ । ସେ କହିଛନ୍ତି ଯେ ସାଂସଦଙ୍କ ଏଭଳି ମନ୍ତବ୍ୟ ମୋତେ ଚକିତ କରିଛି । ଏହି ମାମଲା ସେ ବେଙ୍ଗଲ ଜନତାଙ୍କ ଉପରେ ଛାଡି ଦେଇଛନ୍ତି।

ସୂଚନାଯୋଗ୍ୟ ନାରଦା ଷ୍ଟିଙ୍ଗ ଅପରେଶନ ମାମଲାର ସିବିଆଇ ଯାଞ୍ଚ କରିବାକୁ ରାଜ୍ୟପାଳ ଜଗଦୀପ ଧନକଡ ସୁପାରିସ୍ କରିଥିଲେ । ଏହାପରେ ମମତା ବାନାର୍ଜୀ ସରକାରଙ୍କ ଦୁଇ ମନ୍ତ୍ରୀ ସୁବ୍ରତ ବାନାର୍ଜୀ ଓ ଫିରହାଦ ହକିମଙ୍କ ସମତେ ୪ ନେତାଙ୍କୁ ଗିରଫ କରାଯାଇଥିଲା । ସେମାନେ ଏବେ ଗୃହବନ୍ଦୀରେ ଅଛନ୍ତି। କୋଲକାତା ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି।

Related Posts