ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଜଗଦୀପ ଧନଖଡ଼

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ବିଧିବଦ୍ଧ ଭାବେ ଧନଖଡ଼ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି । ସେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରିଙ୍କ ସମେତ ବିଜେପିର ବହୁ ନେତା ଉପସ୍ଥିତ ଥି​ବା ଦେଖିବାକୁ ମିଳିଥିଲା ।ଜୁଲାଇ ୧୬ରେ ଏନଡିଏ ପକ୍ଷରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼ଙ୍କ ନାମ ଘୋଷଣା କରାଯାଇଥିଲା । ତାଙ୍କ ପ୍ରାର୍ଥୀତ୍ବ ସମ୍ପର୍କରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ।

ସୂଚନା ଅନୁସାରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କର କାର୍ଯ୍ୟକାଳ ଆଗାମୀ ଅଗଷ୍ଟ ୧୦ ତାରିଖ ରେ ଶେଷ ହେବାକୁ ଯାଉଛି । ସେଥିପାଇଁ ଅଗଷ୍ଟ ୬ତାରିଖ ରେ ଆଗାମୀ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଓ ନୂତନ ଉପରାଷ୍ଟ୍ରପତି ଅଗଷ୍ଟ ୧୧ ତାରିଖ ରେ ଶପଥ ନେବେ।

Related Posts